Below header

ମା’ ହେଲେ ଦୀପିକା କକ୍କର, ଶିଶୁ ପୁତ୍ରକୁ ଦେଲେ ଜନ୍ମ

ବିବାହର ୫ ବର୍ଷ ପରେ ଶିଶୁପୁତ୍ରକୁ ଜନ୍ମ ଦେଲେ ଦୀପିକା କକ୍କର । ସମୟ ପୂର୍ବରୁ ପ୍ରସବ ହୋଇଥିବା ବେଳେ ଉଭୟ ସୁସ୍ଥ ରହିଥିବା ଜାଣିବାକୁ ମିଳିଛି ।

ଟିଭି ଅଭିନେତ୍ରୀ ତଥା ବିଗବସ୍ ବିଜେତା ଦୀପିକା କକ୍କର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ବାହାଘରର ୫ ବର୍ଷ ପରେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସୋସିଆଲ ମିଡିଆରେ ଦୀପିକା ଏବଂ ଶୋଏବ ଏହି ସୂଚନା ଦେଇଛନ୍ତି ।

ଦୀପିକାଙ୍କର ସମୟ ପୂର୍ବରୁ ପିଲା ହୋଇଥିବା ବେଳେ ଉଭୟ ମା’ ଏବଂ ପିଲା ସୁସ୍ଥ ରହିଥିବା ଜାଣିବାକୁ ମିଳିଛି ।

ଗତ ଡିସେମ୍ବରରେ କପଲଙ୍କ ଘରେ ଏକ କୁନି ଅତିଥି ଆସିବେ ବୋଲି ନଣନ୍ଦ ଖବର ଦେଇଥିଲେ । ସୋଏବ ଇବ୍ରାହିମଙ୍କ ଭଉଣୀ ସବା ଇବ୍ରାହିମ୍ ଏକ ବ୍ଲଗ୍ ସେୟାର କରିଥିଲେ, ଯେଉଁଥିରୁ ଦୀପିକା ଗର୍ଭବତୀ ଥିବାର ସଙ୍କେତ ଦେଇଥିଲେ ।

baby boy

ସବା ବ୍ଲଗରେ କହିଥିଲେ, ଦୀପିକା ବଜାର ଯାଇ ପାରିବେ ନାହିଁ, କାହିଁକି ନା, ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ପ୍ରାୟତଃ ଦୀପିକାଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି । କେତେକ ବ୍ଲଗରେ ଦୀପିକା ଢ଼ିଲା କପଡ଼ା ପିନ୍ଧିଥିବାର ଦେଖାଯାଇଥିଲା, ଯାହାପରେ ଫ୍ୟାନମାନେ କହିଥିଲେ କି, ସେ ନିଜର ବେବି ବମ୍ପକୁ ଲୁଚାଇବା ପାଇଁ ଏମିତି ଢ଼ିଲା କପଡ଼ା ପିନ୍ଧୁଥଲେ।

ସେହିପରି ଗତକାଲି ସାଉଥ ସୁପରଷ୍ଟାର ରାମଚରଣ ବାପା ହୋଇଛନ୍ତି । ରାମଚରଣଙ୍କ ପତ୍ନୀ ଉପାସନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଉପାସନା ଆଜି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିବାହର ୧୧ ବର୍ଷ ପରେ ଉଭୟେ ବାପା ମା ହୋଇଛନ୍ତି । ଉଭୟ ମା ଓ ଶିଶୁ ସୁରକ୍ଷିତ ଥିବା ମେଡିକାଲ ତରଫରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.