ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ, ଦିଲ୍ଲୀ ପୋଲିସ ପିସିଆର୍‌କୁ ଆସିଲା ଧମକପୂର୍ଣ୍ଣ ଫୋନ୍‌ କଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବାକୁ ମିଳିଛି ଧମକ। ଆଜି ସକାଳେ ଦିଲ୍ଲୀ ପୋଲିସର ଆଉଟର୍‌ ଡିଷ୍ଟ୍ରିକ୍ଟ ପିସିଆର୍‌କୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବାକୁ ମିଳିଛି ଧମକ। ଆଜି ସକାଳେ ଦିଲ୍ଲୀ ପୋଲିସର ଆଉଟର୍‌ ଡିଷ୍ଟ୍ରିକ୍ଟ ପିସିଆର୍‌କୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା, ଯେଉଁଥିରେ ଜଣେ ଅଜଣା ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା ଧମକ ଦେଇଥିଲେ।

ପୋଲିସ ସୂଚନା ମୁତାବକ, ଜଣେ ବ୍ୟକ୍ତି ସକାଳେ ପିସିଆର୍‌କୁ କଲ୍‌ କରି ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଏହାର କିଛି ସମୟ ପରେ ସେ ଦ୍ୱିତୀୟ ଥର କଲ୍‌ କରି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିଲେ।

ଏ ସମ୍ପର୍କରେ ଦିଲ୍ଲୀ ପୋଲିସ କହିଛି, ମାମଲାର ତଦନ୍ତ ଜାରି ରହିଛି। କଲ୍‌ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାମ ସଞ୍ଜୟ ବର୍ମା। ତାଙ୍କ ପରିବାର ଲୋକଙ୍କ କହିବା ହେଲା, ସଞ୍ଜୟ ରାତି ସାରା ମଦ୍ୟପାନ କରିଥିଲେ। ତେବେ ପୋଲିସ ସଞ୍ଜୟଙ୍କୁ ଖୋଜୁଛି। ସେ ଦିଲ୍ଲୀର ମାଦିପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ସଞ୍ଜୟଙ୍କୁ ଧରିବା ପାଇଁ ଏକ ପୋଲିସ ଟିମ୍‌ ଗଠନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.