ରହମାନୁଲ୍ଲାହ ଗୁରବାଜଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ଧୋନି, ଟ୍ବିଟ୍‌ କରି କୃତଜ୍ଞତା ଜଣାଇଲେ କେକେଆର ଓପନର

ଆଫଗାନିସ୍ତାନ ୱିକେଟ କିପର ରହମାନୁଲ୍ଲାହ ଗୁରବାଜଙ୍କୁ ସ୍ପେଶାଲ ଗିଫ୍ଟ ପଠାଇଲେ ଧୋନି । ଫଟୋ ଟ୍ବିଟ୍‌ କରି କୃତଜ୍ଞତା ଜଣାଇଲେ ଆଫଗାନିସ୍ତାନ ଖେଳାଳି ।

ଆଇପିଏଲ୍‌ ୧୬ତମ ଟାଇଟଲ ବାଜି ମାରିନେଇଛି ଚେନ୍ନାଇ । ଏହି ସମୟରେ ଧୋନିଙ୍କୁ ଅନେକ ଚର୍ଚ୍ଚା ଚାଲିଥିଲା । ଏହା ଧୋନିଙ୍କର ଶେଷ ଆଇପିଏଲ ହେବା ନେଇ ଫ୍ୟାନ୍ସ ଆକଳନ କରୁଥିଲେ । ଏହି କାରଣ ଯୋଗୁଁ ଅନେକ ଖେଳାଳି ମ୍ୟାଚ ସରିବା ପରେ ଧୋନିଙ୍କ ଅଟୋଗ୍ରାଫ ଦେବା ସହିତ ସେଲଫି ମଧ୍ୟ  ନେଉଥିଲେ । ଆଉ ଏହା ମଧ୍ୟରେ ଆଫଗାନିସ୍ତାନର ୱିକେଟକିପର ବ୍ୟାଟର ରହମାନୁଲ୍ଲାହ ଗୁରବାଜଙ୍କୁ ଧୋନିଙ୍କ ତରଫରୁ ଏକ ଖାସ୍‌ ଉପହାର ମିଳିଛି ।

ଆଇପିଏଲରେ ଚଳିତବର୍ଷ କେକେଆର ତରଫରୁ ଡେବ୍ୟୁ କରିଥିଲେ ଗୁରବାଜ । ଗୁରବାଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଚେନ୍ନାଇ ସୁପରକିଙ୍ଗସର ଜର୍ସି ଧରିଥିବାର ନଜର ଆସିଛନ୍ତି । ଏଥିରେ ଧୋନିଙ୍କ ଅଟୋଗ୍ରାଫ ଦେଖିବାକୁ ମିଳିଛି । ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ଧୋନି ଅନେକ ଖେଳାଳିଙ୍କୁ ଏଭଳି ଗିଫ୍ଟ ଦେଇସାରିଛନ୍ତି ।

ଏହାଛଡା ଗୁରବାଜ ସୋସିଆଲ ମିଡିଆରେ ଚେନ୍ନାଇ ଟିମର ଜର୍ସି ସହିତ ଏକ ଫଟୋ ଟ୍ବିଟ୍‌ କରି ଲେଖିଛନ୍ତି, ଏକ ସୁନ୍ଦର ଉପହାର ପଠାଇବା ପାଇଁ ଧନ୍ୟବାଦ ମାହି ସାର୍‌ ।

ଗୁରବାଜଙ୍କୁ କୋଲକତା ନାଇଟ ରାଇଡର୍ସ ୫୦ ଲକ୍ଷ ଟଙ୍କାରେ କିଣିଥିଲା । ଏହା ପରେ ପଞ୍ଜାବ କିଙ୍ଗସ ବିରୋଧରେ ଆଇପିଏଲ ଡେବ୍ୟୁ ମ୍ୟାଚ ଖେଳିବା ପରେ ୧୧ଟି ମ୍ୟାଚରେ ୧୩୩.୫୨ ଷ୍ଟ୍ରାଇକ ରେଟ ସହିତ ୨୨୭ ରନ୍‌ କରିଥିଲେ । ଏହି ସମୟରେ ଗୁରବାଜ ୨ଟି ଅର୍ଦ୍ଧଶତକ ମାରିଛନ୍ତି ।

ତେବେ କୋଲକତା ନାଇଟ ରାଇଡର୍ସ ପାଇଁ ଏହି ସିଜିନ ବେଶ୍‌ କିଛି କମାଲ କରିପାରିନଥିଲା । ୧୪ ଲିଗ୍‌ ମ୍ୟାଚରେ ୬ଟି ବିଜୟ ହାସଲ କରିଥିଲା । ପଏଣ୍ଟ ଟେବୁଲରେ ୭ନଂ ସ୍ଥାନରେ ରହିଥିଲା କୋଲକତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.