ରାତିରେ ଫ୍ରିଜ୍ ବନ୍ଦ କଲେ କଣ ସତରେ କମିଯାଏ ବିଜୁଳି ବିଲ୍, ଜାଣନ୍ତୁ ଏପରି କରିବା କେତେ ଠିକ୍ ଆଉ କେତେ ଭୁଲ୍

ଦିନକୁ ଦିନ ବିଜୁଳି ଖର୍ଚ୍ଚ ବଢିବାରେ ଲାଗିଛି । ବେଳେ ବେଳେ ବିଲ୍ ଦେଖି ଆମର ହୋସ୍ ଉଡିଯାଏ । ବିଜୁଳି ବିଲ୍ କମ୍ କରିବା ଲାଗି କିଏ କେତେ ପ୍ରକାର ଉପାୟ ଆପଣାଇଥାଏ । ବହୁ ଲୋକ ଏସି, କୁଲର ପରି ଅଧିକ ବିଜୁଳି ଶକ୍ତି ଆବଶ୍ୟକ କରୁଥିବା ଉପକରଣକୁ ବନ୍ଦ କରି ଦିଅନ୍ତି ।

ଦିନକୁ ଦିନ ବିଜୁଳି ଖର୍ଚ୍ଚ ବଢିବାରେ ଲାଗିଛି । ବେଳେ ବେଳେ ବିଲ୍ ଦେଖି ଆମର ହୋସ୍ ଉଡିଯାଏ । ବିଜୁଳି ବିଲ୍ କମ୍ କରିବା ଲାଗି କିଏ କେତେ ପ୍ରକାର ଉପାୟ ଆପଣାଇଥାଏ । ବହୁ ଲୋକ ଏସି, କୁଲର ପରି ଅଧିକ ବିଜୁଳି ଶକ୍ତି ଆବଶ୍ୟକ କରୁଥିବା ଉପକରଣକୁ ବନ୍ଦ କରି ଦିଅନ୍ତି । ଅନ୍ୟପକ୍ଷରେ କିଛି ଲୋକ ବଲ୍ବ, ଫ୍ୟାନ ମଧ୍ୟ ବୁଝି ବିଚାରି ଚଲାଇଥାନ୍ତି । ତେବେ ବିଜୁଳି ଶକ୍ତି ସଞ୍ଚୟ କରିବା ଏକ ଭଲ ଅଭ୍ୟାସ । କିନ୍ତୁ ବହୁବାର ବିଜୁଳି ଶକ୍ତି ସଞ୍ଚୟ କରିବାର ଅଭ୍ୟାସ ଆପଣଙ୍କୁ ମହଙ୍ଗା ବି ପଡିପାରେ ।

ଏସି ଓ କୁଲର ପରେ ଆପଣଙ୍କ ଘରେ ଫ୍ରିଜ୍ ରେ ବି ସବୁଠାରୁ ଅଧିକ ବିଜୁଳି ଶକ୍ତି ବ୍ୟୟ ହୋଇଥାଏ । ଫ୍ରିଜ୍ ତ ସାରାଦିନ ଚାଲୁ ରହିଥାଏ । କିନ୍ତୁ ଯଦି ବିଜୁଳି ବଞ୍ଚାଇବା ଲାଗି ଆପଣ ଏହାକୁ ରାତିରେ ବନ୍ଦ କରିଦେବେ ତେବେ କଣ ହେବ ଓ କେତେ ବିଜୁଳି ବଞ୍ଚିବ ସେ ବିଷୟରେ ଆସନ୍ତୁ ଜାଣିବା ।

ଫ୍ରିଜ୍ ଏପରି ଏକ ଉପକରଣ ଯାହାର କାମ ଆପଣଙ୍କ ପନିପରିବା ଓ ଖାଦ୍ୟପଦାର୍ଥକୁ ଥଣ୍ଡା ଓ ସତେଜ ରଖିବା । ଏଣୁ ଫ୍ରିଜ୍ ସର୍ବଦା ଅନ୍ ରହିଥାଏ । କିନ୍ତୁ ଆପଣ ଯଦି ଭାବିବେ ଏହା ଦିନସାରା ତ ଥଣ୍ଡା ରହୁଛି , ଏଣୁ ରାତିରେ ଏହାକୁ ବନ୍ଦ କରିଦେଲେ କିଛି କ୍ଷତି ହେବ ନାହିଁ ବରଂ ବିଜୁଳି ବଞ୍ଚିଯିବ । କିନ୍ତୁ ଆପଣଙ୍କର ଏହି ଧାରଣା ଭୁଲ୍ । କାରଣ ଏହାକୁ ଦୀର୍ଘ ସମୟ ଧରି ବନ୍ଦ ରଖିବା ଦ୍ୱାରା ଏଥିରେ ରଖାଯାଇଥିବା ଖାଦ୍ୟ ଖରାପ ହୋଇଯାଇଥାଏ ।

ଫ୍ରିଜ୍ ସୁଇଚ୍ ବନ୍ଦ କରିଦେଲେ ଏହା ମାତ୍ର ୨/୩ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀକୁ ଥଣ୍ଡା ରଖି ପାରିଥାଏ । ଏପରି ସ୍ଥିତିରେ ଯଦି ଆପଣ ଫ୍ରିଜକୁ ୫/୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରି ରଖିବେ ତେବେ ଆପଣଙ୍କୁ କ୍ଷତି ସହିବାକୁ ପଡିବ । ଫ୍ରିଜ୍ କୁ ରାତିରେ ବନ୍ଦ ରଖିବା ଦ୍ୱାରା କମ୍ କୁଲିଂ କାରଣରୁ ଏହା ଭିତରେ ରଖାଯାଇଥିବା ସମସ୍ତ ଜିନିଷ ଖରାପ ହୋଇଯାଇପାରେ । ଫ୍ରିଜ୍ ମଧ୍ୟରେ ତାପମାତ୍ରା ଅଧିକ ହେବାରୁ ଫଙ୍ଗସ୍ ଲାଗି ଯାଇପାରେ ଓ ଏହି ଫଙ୍ଗସ୍ୟୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ବି ବିଗିଡିଯାଇପାରେ । କେବଳ ଏତିକି ନୁହେଁ ଫ୍ରିଜ୍ ମଧ୍ୟରେ ରଖାଯାଇଥବବା ଦାମୀ ଫଳ , ପନିପରିବା, ତରଳ ଖାଦ୍ୟ ଜଲଦି ନଷ୍ଟ ହୋଇଯାଏ ।

ଫ୍ରିଜ୍ ବନ୍ଦ ରଖିବା ଦ୍ୱାରା ଆପଣ କିଛି ମାତ୍ରାରେ ବିଜୁଳି ବଞ୍ଚାଇ ପାରିବେ ସତ କିନ୍ତୁ ଏହା ଏତେମାତ୍ରାରେ ଲାଭଜନକ ନୁହେଁ । ଯଦି ଆପଣ କିଛି ସମୟ ପରେ ଫ୍ରିଜ୍ ପୁନର୍ବାର ଚାଲୁ କରିବେ ତେବେ କମ୍ପ୍ରେସରକୁ ପୁନର୍ବାର ସେହି ତାପମାତ୍ରାରେ ଫ୍ରିଜ୍ କୁ ଥଣ୍ଡା କରିବାକୁ ସମୟ ଲାଗିବ । ଏହାଦ୍ୱାରା ଆପଣ ଫ୍ରିଜ୍ ବନ୍ଦ କରି ଯେତିକି ବିଜୁଳି ବଞ୍ଚାଇବେ ସେତିକି ବିଜୁଳି ଏହାକୁ ପୁନର୍ବାର ଥଣ୍ଡା କରିବାରେ ଖର୍ଚ୍ଚ ହୋଇଯିବ । ଅନ୍ୟପକ୍ଷରେ ଆଜିକାଲି ଫ୍ରିଜ୍ରେ ଅଟୋ କଟ୍ ଅଫ୍ ସୁବିଧା ରହୁଛି ଯଦ୍ଦ୍ୱାରା ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ ଏହା ଥଣ୍ଡା ହେବା ପରେ ଫ୍ରିଜ୍ କମ୍ପ୍ରେସର ଆପେ ଆପେ ବନ୍ଦ ହୋଇଯାଏ । ଏହା ଦ୍ୱାରା ଫ୍ରିଜ୍ ଥଣ୍ଡା ରହିଥାଏ ଓ ବିଜୁଳି ବି ସଞ୍ଚୟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.