‘ରାଧେ’ ଫିଲ୍ମ ପାଇଁ ଧାଁସୁ ପ୍ରସ୍ତୁତି କରୁଛନ୍ତି ଦିଶା ପଟାନୀ, ଆପଣ ବି ଥରେ ଦେଖିନିଅନ୍ତୁ ଭିଡିଓ କ୍ଲିପ୍
ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ନିଜର ଅପ୍କମିଙ୍ଗ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’ ପାଇଁ ଜୋର୍ଦାର ପ୍ରସ୍ତୁତି ଚଳାଇଛନ୍ତି, ଯେଉଁଥିରେ ସେ ସଲ୍ମାନ ଖାନ୍ଙ୍କ ଅପୋଜିଟ୍ରେ ନଜର ଆସିବେ। ନିକଟରେ ସେ ଜିମ୍ରେ ଝାଳ ବୁହାଇଥିବା ଦେଖିବାକୁ ମିଳିଛି। ବ୍ୟାକ୍ଫ୍ଲିପ୍ସର ଅଭ୍ୟାସ କରୁଥିବା ସମୟର ଏକ ଭିଡିଓ କ୍ଲିପ୍ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
Tried wall back after ages, not clean but soon will be getting there🌸🌸 pic.twitter.com/sMDGKSPErw
— Disha Patani (@DishPatani) February 24, 2020
ଭିଡିଓରେ ଦିଶାଙ୍କୁ ତାଙ୍କ ଟ୍ରେନର ମଧ୍ୟ ସାହାଯ୍ୟ କରୁଛନ୍ତି। ଭିଡିଓକୁ ଶେୟାର କରି ଏହି ଅଭିନେତ୍ରୀ ଲେଖିଛନ୍ତି, ‘ଏବେ ସେ ଏଥିରେ କ୍ଲିନ୍ ନାହାନ୍ତି, କିନ୍ତୁ ଖୁବ୍ଶୀଘ୍ର ସେଠାରେ ସେ ପହଞ୍ଚିଯିବେ’। ଏବେ ଏଥିରୁ ଅନୁମାନ କରାଯାଉଛି ଯେ ଦିଶା ‘ରାଧେ’ ପାଇଁ ନିଜର ମାର୍ଶାଲ ଆର୍ଟ ସ୍କିଲ୍ସକୁ ସୁଧାରୁଛନ୍ତି।