ଏସବିଆଇ ଏଟିଏମରୁ ମିଳିଲା ୨୦ ହଜାର ଟଙ୍କା, ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ପାଖ ଦୋକାନୀ

ଭଦ୍ରକ କଲେଜ ରୋଡ ସ୍ଥିତ ମୋବାଇଲ ଫୋନ ଦୋକାନ ପାଖ ଏସବିଆଇ ଏଟିଏମରୁ ୨୦ ହଜାର ଟଙ୍କା ମିଳିଛି । ଏହି ଟଙ୍କା କାହାର ଜଣାପଡ଼ିନାହିଁ । ଟଙ୍କା ଛାଡ଼ି ପଳାଇଥିବା ବ୍ୟକ୍ତି ଆସି ନେଇଯିବା ପାଇଁ ସାମାଜିକ ଗଣମାଧ୍ୟମରେ ଦୋକାନୀ ଜଣଙ୍କ ପୋଷ୍ଟ କରିଛନ୍ତି । ଗତକାଲି କିଛି ଲୋକ ଏସବିଆଇ ଏଟିଏମକୁ ଟଙ୍କା ଉଠାଇବାକୁ ଆସିଥିଲେ । ଏହି ସମୟରେ ଏଟିଏମରେ ୨୦ ହଜାର ଟଙ୍କା ଥିବା ଦେଖିବାକୁ ପାଇଥିଲେ । ଏହାକୁ ସେମାନେ ପାଖ ମୋବାଇଲ ଫୋନ ଦୋକାନୀଙ୍କ ଜିମା ଦେଇଛନ୍ତି । ଏନେଇ ଦୋକାନୀ ଜଣଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ମଧ୍ୟ ଏଯାଏ କେହି ଟଙ୍କା ନେବାକୁ ତାଙ୍କ ପାଖକୁ ଆସିନାହାନ୍ତି । ଯଦି ଆସନ୍ତାକାଲି ସୁଦ୍ଧା କେହି ଟଙ୍କା ନ ନିଅନ୍ତି ତେବେ ଏନେଇ ଥାନାରେ ଜଣାଇବେ ବୋଲି ଦୋକାନୀ ଜଣଙ୍କ କହିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.