Below header

ଦିବ୍ୟାଂଶ ଓ ମନୁରାଜ ବାଜିମାରିନେଲେ ‘India’s Got Talent’ ଟ୍ରଫି, ମିଳିଲା ୨୦ ଲକ୍ଷ ଟଙ୍କା ଓ କାର୍‌

ସୋନୀ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ’ର ବିଜେତା ହୋଇଛନ୍ତି ଦିବ୍ୟାଂଶ ଓ ମନୁରାଜ। ଫାଇନାଲରେ ୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି ଦିବ୍ୟାଂଶ ଓ ମନୁରାଜ। ଫାଇନାଲରେ ଦିବ୍ୟାଂଶ-ମନୁରାଜ ବିଏସ୍ ରେଡ୍ଡି, ୱାରିଅର୍ ସ୍କ୍ଵାଡ୍, ବମ୍ ଫାୟାର୍ କ୍ରୁ ଭଳି ଅନେକ ପ୍ରତିଭାବାନ ପ୍ରତିଯୋଗୀକୁ ପଛରେ ପକାଇଛନ୍ତି । ଫାଇନାଲରେ ଦୁହିଁଙ୍କ ଇଣ୍ଡିଆନ କ୍ଲାସିକାଲ ଏବଂ େଓ୍ଵଷ୍ଟର୍ଣ୍ଣ ମ୍ୟୁଜିକର ଫ୍ୟୁଜନ ସମସ୍ତଙ୍କୁ ଭଲ ଲାଗିଥିଲା।

ଟାଇଟଲ ଜିତିବା ପରେ ଦିବ୍ୟାଂଶ ଓ ମନୁରାଜଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ କାର ମିଳିଥିଲା। ଶୋ’ର ପ୍ରଥମ ରନର ଅପ୍‌ ଇଶିତା ବିଶ୍ୱକର୍ମାଙ୍କୁ ୫ ଲକ୍ଷ ଅର୍ଥ ରାଶି ଏବଂ ଦ୍ୱିତୀୟ ରନର ଅପ୍‌ ବମ୍‌ ଫାୟାର କ୍ରୁକୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିଲା। ସୋନି ଟିଭିର ଏହି ରିଆଲିଟି ଶୋ’ର ଫାଇନାଲରେ ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଦିବ୍ୟାଂଶ-ମନୁରାଜଙ୍କ ଯୋଡି ସମସ୍ତଙ୍କ ହୃଦୟ ଜିତିଥିଲା।

ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟକୁ ଦିବ୍ୟାଂଶ ଏବଂ ମନୁରାଜଙ୍କ ଦୁହେଁ ଅଲଗା ଅଲଗା ଆସିଥିଲେ କିନ୍ତୁ ଧୀରେ ଧୀରେ ଦୁହେଁ ଏକାଠି କାମ ଆରମ୍ଭ କରିଥିଲେ । ଏହା ପରେ ଏହି ଯୋଡି ଶୋ’ରେ ଧମାଲ୍ କରିଥିଲା । ଯେଉଁଥିପାଇଁ ଆଜି ହଜାର ହଜାର ଦର୍ଶକଙ୍କ ହୃଦୟ ଜିତିବା ସହ ବିଜେତା ହୋଇ ପାରିଛି ।

ଶୋ’ରେ ଜଜ୍‌ ଭାବେ ଶିଳ୍ପା ସେଟ୍ଟୀ, କିରନ ଖେର, ମନେଜା ମୁଣ୍ଟିସର, ବାଦଶାହ ପ୍ରମୁଖ ରହିଥିଲେ। ବିଜେତା ମନୁରାଜ ହରିପ୍ରସାଦ ଚୌରସିଆଙ୍କ ଗୁରୁକୁଳରେ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରୁଥିଲେ। ମାତ୍ର ୧୨ ବର୍ଷ ବୟସରେ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.