୩୦ କୋଟି ସମ୍ପତ୍ତିର ମାଲିକାଣୀ ଡ଼୍ରାମା କୁଇନ୍, ଛୋଟଛୋଟ କାମ ପାଇଁ ମଧ୍ୟ ଚାର୍ଜ କରିଥାନ୍ତି ଏତେ କୋଟି ଟଙ୍କା

ମୁମ୍ବାଇ : ବଲିଉଡ଼ର ଡ଼୍ରାମା କୁଇନ୍ ଭାବେ ଜଣାଯାଉଥିବା ରାଖି ସାୱନ୍ତ ପ୍ରତ୍ଯେକ କଥାରେ ନିଜର ଏକ ଭିନ୍ନ ମନ୍ତବ୍ଯ ରଖିବାକୁ ପସନ୍ଦ କରନ୍ତି। କାହାର, କୌଣସି କଥା ଉପରେ କମେଣ୍ଟ କରିବା ହେଉବା ନିଜର ପଲିଟିକାଲ ପାର୍ଟି କରିବା ସେ ସବୁବେଳେ ମିଡ଼ିଆର ଧ୍ୟାନ ନିଜ ଆଡ଼କୁ ଟାଣିବାକୁ ପସନ୍ଦ କରନ୍ତି। ସବୁକଥାରେ ନିଜର ଏକ ଭିନ୍ନ ମତ ରଖିବା ରାକ୍ଷୀ ବର୍ତ୍ତମାନ ବଲିଉଡ଼ରୁ ବହୁ ଦୂରରେ ରହିଛନ୍ତି। ନା ତାଙ୍କ ପାଖରେ କିଛି ଫିଲ୍ମ ରହିଛି ନା କୌଣସି ବିଜ୍ଞାପନ କିନ୍ତୁ ମାନହାନୀ ମକଦ୍ଦମା କରିବାରେ ରାକ୍ଷୀ ସମସ୍ତ ସୀମା ପାର କରିଦେଇଛନ୍ତି। ନିକଟରେ ହିଁ ଯେତେବେଳେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ରାକ୍ଷୀଙ୍କ ଉପରେ ୧୦କୋଟି ଟଙ୍କାର ମାନହାନୀ ମମଲା ରୁଜୁ କରିଥିଲେ ତାହା ବଦଳରେ ରାକ୍ଷୀ ମଧ୍ୟ ତନୁଶ୍ରୀଙ୍କ ଉପରେ କରିଥିଲେ ୫୦ କୋଟି ଟଙ୍କାର ମାମଲା ରୁଜୁ କରିବାର ଧମକ।
ଫିଲ୍ମ ଅଗ୍ନିଚକ୍ରରୁ ନିଜର କ୍ଯାରିୟର ଆରମ୍ଭ କରିଥିବା ରାକ୍ଷୀ ସାୱାନ୍ତ ବଲିଉଡ଼କୁ ଅନେକ ହିଟ୍ ଆଇଟମ୍ ନମ୍ବର ଦେଇଛନ୍ତି। ତେବେ ଛୋଟ କଥାକୁ ବଡ଼ କରିବାରେ ସେ ମିଡ଼ିଆରେ ନିଜର ଏକ ଭିନ୍ନ ପରିଚୟ ପ୍ରସ୍ତୁତ କରିଛନ୍ତି। ଏହା ନୂହଁ ସେ ତାଙ୍କ ବିବାହ ମଧ୍ୟ ରିଆଲିଟି ଶୋ ଜରିଆରେ କରିଥିଲେ। ରିଆଲିଟି ଶୋ ରାକ୍ଷୀ କା ସ୍ବୟଂମ୍ବରରେ ରାକ୍ଷୀ ପସନ୍ଦ କରିଥିଲେ ତାଙ୍କ ଜୀବନସାଥି। କିନ୍ତୁ ପରେ କିଛି ମାସ ମଧ୍ୟରେ ଦୁହିଁଙ୍କ ବିଛେଦ ହେବାର ଖବର ମଧ୍ୟ ଶୁଣିବାକୁ ମିଳିଥିଲା।
ରାକ୍ଷୀଙ୍କ ପିତା ମୁମ୍ବାଇ ପୋଲିସରେ କନେଷ୍ଟେବଲ ଭାବେ କାର୍ଯ୍ଯରତ ଥିଲେ। ଅଭିନେତ୍ରୀ ଏବେ ତାଙ୍କ ମାଙ୍କ ସହ ମୁମ୍ବାଇର ଏକ ପ୍ଲାଟରେ ରହୁଛନ୍ତି। ଏଥିସହ ମୁମ୍ବାଇରେ ତାଙ୍କର ଦୁଇଟି ଫ୍ଲାଟ ରହିଛି ଯାହାର ମୂଲ୍ଯ ପାଖାପାଖି ୧୧ କୋଟି ଟଙ୍କା ରହିଛି।
ତେବେ ଇଣ୍ଟରନେଟରେ ରହିଥିବା ଆକଳନ ହିସାବରେ ରାକ୍ଷୀଙ୍କ ପାଖରେ ପ୍ରାୟ ୩୦କୋଟି ସଂପତ୍ତିର ମାଲିକାଣୀ। ତାଙ୍କ ପାଖରେ ୨୧.୬ ଲକ୍ଷ ଟଙ୍କାର ଫୋର୍ଡ଼ କାର ରହିଛି। ଏବେ ସେ ବିଭିନ୍ନ ସ୍ଥାନରେ ଷ୍ଟେଜ ଶୋ ଦ୍ବାରା ହିଁ ରୋଜଗାର କରୁଛନ୍ତି। ଏଥିସହ ଭିନ୍ନ ଭିନ୍ନ ମତଦାନ କରି ସେ ମିଡ଼ିଆରେ ଚର୍ଚ୍ଚାରେ ରହିବାକୁ ବହୁତ ପସନ୍ଦ କରନ୍ତି। ନିକଟରେ ସେ ତନୁଶ୍ରୀଙ୍କ ବିବାଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଯାହାପରେ ତାଙ୍କ ଉପରେ ମାନହାନୀ ମକଦ୍ଦମା କରିଛନ୍ତି ଅଭିନେତ୍ରୀ ତନୁଶ୍ରୀ।