ଏଠାରେ ପୋଲିସରେ ଭର୍ତ୍ତି ହେବା ପାଇଁ ମହିଳାଙ୍କୁ ଦେବାକୁ ପଡିଥାଏ ଏହି ପରୀକ୍ଷା, ଜାଣିଲେ ହେବେ ଆଶ୍ଚର୍ଯ୍ଯ

ଆମକୁ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବା ପାଇଁ ବହୁତ କିଛି ଟେଷ୍ଟ ଦେବାକୁ ପଡିଥାଏ। ଏମିତିରେ ଯଦି କୌଣସି ଚାକିରି କରିବାକୁ ଚାହୁଁଥିଲେ ତାହା ପାଇଁ ଆମକୁ କିଛି ଟେଷ୍ଟ କିମ୍ବା ପରୀକ୍ଷାକୁ ସାମ୍ନା କରିବାକୁ ପଡିଥାଏ। ଏହି ନିୟମ ଦ୍ବାରା ଆପଣଙ୍କୁ ପରବର୍ତ୍ତୀ ପର୍ଯ୍ଯାୟ ପାଇଁ ଚୟନ କରାଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ ଜଣାଇବୁ ଯେଉଁଠି ମହିଳା ମାନେ ପୋଲିସରେ ଭର୍ତ୍ତି ହେବା ପାଇଁ ଏମିତି ଏକ ସ୍ବତନ୍ତ୍ର ଟେଷ୍ଟର ସାମ୍ନା କରିବାକୁ ପଡିଥାଏ।
ଦେବାକୁ ପଡିଥାଏ ଏହି ଟେଷ୍ଟ
ଅନେକ ଦେଶ ରହିଛି ଯେଉଁଠି ଏବେ ମଧ୍ୟ ପୁରୁଣା ଭାବନାକୁ ନେଇ ବଞ୍ଚୁଛନ୍ତି। ଆମେ କହିବାକୁ ଯାଉଛୁ ଇଣ୍ଡୋନେସିଆ, ଯେଉଁଠି କିଛି ଅଜବ କାନୁନ ରହିଛି। ଏଠାରେ ପୋଲିସରେ ଭର୍ତ୍ତି ହେବା ପାଇଁ ମହିଳାଙ୍କୁ ନିଜର ଭର୍ଜିନିଟୀ ଟେଷ୍ଟ ଦେବାକୁ ପଡିଥାଏ।
ଏହା ସହ ପଢ଼ନ୍ତୁ : ଏପରି ଏକ ଗ୍ରାମ ଯେଉଁଠାରେ ସ୍ବାମୀଙ୍କ ମୃତ୍ୟୁ ପରେ ମଧ୍ୟ ସଧବା ରହିଥାନ୍ତି ମହିଳା
ଯଦି ଆପଣଙ୍କୁ ସେହିଠାରେ ଚାକିରି ଦରକାର ତେବେ ଏହଭଳି ଟେଷ୍ଟକୁ ସାମ୍ନା କରିବାକୁ ପଡିବ। ଅନେକ ଦେଶରେ ମହିଳାମାନେ ପୁରୁଷଙ୍କ ସମକକ୍ଷ ହେଉଛନ୍ତି ସେଠି ଇଣ୍ଡୋନେସିଆର ଏହି ନୀଚ ଭାବନା ସମସ୍ତଙ୍କୁ ହତବାକ୍ କରିଦେଇଛି।
କୁମାରିତ୍ବ ପରୀକ୍ଷା
ଇଣ୍ଡୋନେସିଆରେ କେବଳ ଯୁବତୀଙ୍କ କୁମାରିତ୍ବକୁ ନୁହେଁ ବରଂ ଏହା ମଧ୍ୟ ଦେଖାଯାଏ ଯେ ଯୁବତୀ ଜଣକ କେତେ ସୁନ୍ଦର ଅଛନ୍ତି। ଏହି ଦୁଇଟି ପରୀକ୍ଷାରେ ଯଦି ଆପଣ ପାସ୍ କରନ୍ତି ତେବେ ପୋଲିସ୍ ଚାକିରି ଥୁଆ ।