କିପରି ପ୍ରାପ୍ତ ହେବ ବୈକୁଣ୍ଠ ? ଗୀତାରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଭକ୍ତିର ୯ଟି ରୂପ

ଭକ୍ତି ୯ ପ୍ରକାର ବୋଲି ଧର୍ମଗ୍ରନ୍ଥରେ କୁହାଯାଇଛି । ଆଉ ଭକ୍ତିର ଏହି ୯ଟି ରୂପକୁ ନବଧା ଭକ୍ତି କୁହାଯାଏ । ଯଦି କୌଣସି ବ୍ୟକ୍ତି ଏହି ୯ଟି ମଧ୍ୟରୁ କୌଣସି ଗୋଟିଏ ଗୋଟିଏ ଭକ୍ତିକୁ ଚରଦିନ ପାଇଁ ଆପଣେଇ ନିଏ ତେବେ ତାହା ହିଁ ତାକୁ ବୈକୁଣ୍ଠ ଧାମ ପ୍ରାପ୍ତ କରାଇଥାଏ ।
ଏହି ୯ଟି ଉପାୟ ଅତ୍ୟନ୍ତ ସରଳ ଏବଂ ଉପଯୋଗୀ ମଧ୍ୟ । ଶାସ୍ତ୍ରରେ କୁହାଯାଇଛି ଯେ ମନୁଷ୍ୟ ଜନ୍ମର ଏକ ମାତ୍ର ଲକ୍ଷ ପ୍ରଭୂଙ୍କ ପ୍ରାପ୍ତ କରିବା । ଏମିତିରେ ଏହି ନବଧା ଭକ୍ତିର ସରଳ ଭାବକୁ ଆପଣାଇ ଆପଣ ମଧ୍ୟ ଭଗବତପ୍ରାପ୍ତି କରିପାରିବେ । ଆସନ୍ତୁ ଜାଣିବା ନବଧା ଭକ୍ତିର ଏହି ୯ ଭାବକୁ ।

ଶ୍ରବଣ :

ଭଗବାନଙ୍କ ଚରିତ୍ର, ଲୀଳା, ମହିମା, ଗୁଣ, ନାମ ତଥା ତାଙ୍କର ପ୍ରେମ ଏବଂ ପ୍ରଭାବର କଥାକୁ ଶ୍ରଦ୍ଧାପୂର୍ବକ ସର୍ବଦା ଶୁଣିବା ଏବଂ ସେହି ଅନୁସାରେ ଆଚରଣ କରିବା ପାଇଁ ଚେଷ୍ଟା କରିବା ହିଁ ହେଉଛି ଶ୍ରବଣ ଭକ୍ତି । ଶ୍ରବଣର ଅର୍ଥ ହେଉଛି ଶୁଣିବା । ଆଉ ଏହି ପ୍ରକାରର ଭକ୍ତିରେ ଭକ୍ତ ଶୁଣିକି ଇଶ୍ବରଙ୍କ ପ୍ରତି ନିଜ ପ୍ରେମ ବଢାଇଥାଏ ।

କିର୍ତ୍ତନ :

ଭଗବାନଙ୍କ ଲୀଳା, କିର୍ତ୍ତୀ, ଶକ୍ତି, ମହିମା, ଚରିତ୍ର, ଗୁଣ ନାମ ଆଦିର ପ୍ରେମ ପୂର୍ବକ କରିବା କିର୍ତ୍ତନ ଭକ୍ତି । ଶ୍ରୀନାରଦ, ବ୍ୟାସ୍, ବାଲ୍ମିକୀ, ଶୁକଦେବ, ଚୈତନ୍ୟ ମହାପ୍ରଭୂ ଆଦି ଏହି ଶ୍ରେଣୀର ଭକ୍ତ । ମାନ୍ୟତା ରହିଛି ଯେ କିର୍ତ୍ତନ ସମୟରେ ଭକ୍ତ ଭଗବାନଙ୍କ ସବୁଠାରୁ ନିକଟବର୍ତ୍ତୀ ହୋଇଥାଏ । ଏହି କିର୍ତ୍ତନ ଭକ୍ତିରେ ପ୍ରଭୂଙ୍କ ଭଜନକୁ ଗାଇ ଭକ୍ତ ନିଜ ଭାବକୁ ଋଢ କରିଥାଏ ।

ସ୍ମରଣ :

ସର୍ବଦା ଅନ୍ନୟ ଭାବରେ ଭଗବାନଙ୍କ ଗୁଣ ପ୍ରଭାବ ସହିତ ତାଙ୍କର ସ୍ବଭାବକୁ ସ୍ମରଣ କରିବା ଏବଂ ବାରମ୍ବାର ତାଙ୍କ ଉପରେ ମୁଗ୍ଧ ହେବା ହେଉଛି ସ୍ମରଣ ଭକ୍ତି । ସ୍ମରଣ ଅର୍ଥ ମନେ ପକାଇବା । ଅଳ୍ପ ଅଳ୍ପ ସମୟ ମଧ୍ୟରେ ଭଗବାନଙ୍କୁ ସ୍ମରଣ କରିବା ଏହି ଭକ୍ତିରେ ଆସିଥାଏ । ପ୍ରହଲ୍ଲାଦ, ଧୃବ, ଭରତ, ଭୀଷ୍ମ ଏବଂ ଗୋପିମାନେ ଆଦି ଏହି ଶ୍ରେଣୀର ଭକ୍ତ ।

ଚରଣ ସେବନ :

ଭଗବାନଙ୍କର ଯେଉଁ ରୂପର ଉପାସନା କରୁଛନ୍ତି, ତାର ଚରଣ ସେବନ କରିବା କିମ୍ବା ଇଶ୍ବରଙ୍କୁ ଇଶ୍ବରଙ୍କୁ ଦେଖି ପ୍ରଣାମ କରିବା । ଏହି ଭକ୍ତିରେ ଭଗବାନଙ୍କ ଚରଣର ଆରାଧନାର ମହତ୍ବ ରହିଛି ।

ପୂଜା :

ନିଜ ରୁଚି ଅନୁସାରେ ଭଗବାନଙ୍କ କୌଣସି ମୂର୍ତ୍ତି କିମ୍ବା ମାନସିକ ରୂପର ନିତ୍ୟ ଭକ୍ତି ପୂର୍ବକ ପୂଜା କରିବା । ନିତ୍ୟ ଦୀପ ଜାଳି ଭଗବାନଙ୍କ ଆରତୀ ଏବଂ ପୂଜା କରିବା ଏହି ଭକ୍ତି ଅନ୍ତର୍ଗତ । ରାଜା ପୃଥୁ ଏବଂ ଅମ୍ବରୀଷ ଆଦି ଏହି ଶ୍ରେଣୀର ଭକ୍ତ ।

ବନ୍ଦନ :

ଇଶ୍ବର କିମ୍ବା ସମସ୍ତ ଜଗତକୁ ଇଶ୍ବରଙ୍କ ସ୍ବରୂପ ବୋଲି ଭାବି ବନ୍ଦନା କରିବା ବନ୍ଦନା ଭକ୍ତି । ଯେବେ ବି ଇଶ୍ବରଙ୍କ କୌଣସି ସ୍ବରୁପର ଦର୍ଶନ ହୋଇଥାଏ ତେବେ ବନ୍ଦନା କରିବା ଦ୍ବାରା ଏହି ପ୍ରକାର ଭକ୍ତ ବଢିଥାଏ । ଅକୃର ବନ୍ଦନା ଭକ୍ତ ଥିଲେ ।

ଦାସ୍ୟ :

ଇଶ୍ବରଙ୍କୁ ମନରୁ ନିଜ ମାଲିକ ବୋଲି ସ୍ବୀକାର କରି ସ୍ବୟଂକୁ ତାଙ୍କର ଦାସ୍ୟ ବୋଲି ମାନିନେବା ଦାସ୍ୟ ସ୍ଥିତି ଅଟେ । ଇଶ୍ବରଙ୍କ ସେବା କରି ପ୍ରସନ୍ନ ହେବା, ଭଗବାନଙ୍କୁ ନିଜର ସର୍ବସ୍ବ ମାନିନେବା ଦାସ୍ୟ ଭକ୍ତି କୁହାଇଥାଏ ।

ସଖ୍ୟ :

ଭଗବାନଙ୍କୁ ନିଜର ପରମ ହିତକାରୀ ମାନି ତାଙ୍କୁ ନିଜର ସଖା ମାନିନେବା ସଖ୍ୟ ଭାବ ଭକ୍ତି ହୋଇଥାଏ । ଏହା ଅତ୍ୟନ୍ତ ସରଳ ଭକ୍ତି । ଯେଉଁ ପ୍ରକାର ନିଜ ବନ୍ଧୁଙ୍କ ସମ୍ବନ୍ଧ ଥାଏ ଠିକ୍ ସେହିପରି ଇଶ୍ବରଙ୍କୁ ନିଜ ମିତ୍ର ବୋଲି ମାନିବା । ଅର୍ଜୁନ, ଉଦ୍ଧବ ଏବଂ ସୁଦାମା ଏହି ଶ୍ରେଣୀର ଭକ୍ତ ।

ଆତ୍ମନିବେଦନ କିମ୍ବା ସମର୍ପଣ :

ଅହଙ୍କାର ସହିତ ଆପଣ ଇଶ୍ବରଙ୍କୁ ସର୍ବସ୍ବ ଦାନ କରିଦିଅନ୍ତୁ । ସ୍ବୟଂକୁ ଇଶ୍ବରଙ୍କୁ ମନରେ ଦେଇଦେବା ଆତ୍ମନିବେଦନ କିମ୍ବା ସମର୍ପଣ ଭକ୍ତି କୁହାଯାଏ । ମହାରାଜା ବଳୀ ଏବଂ ଗୋପି ଆଦି ଏହି ଶ୍ରେଣୀର ଭକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.