Below header

ପୋଲିସକୁ ଡରାଇ ଦେଲେ ମଡେଲ, ଖୋଲି ଦେଲେ…

ମୁମ୍ବାଇ : ମୁମ୍ବାଇ ଲୋଖଣ୍ଡୱାଲା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ଯୁବତୀଙ୍କର ସେଠାକାର ଗାର୍ଡ଼ ସହ ପ୍ରବଳ ଝଗଡ଼ା ହେଲା । ତାଙ୍କୁ ଗାର୍ଡ଼ ଜଣକ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ନିକଟସ୍ଥ ଓସିୱାରା ଥାନାକୁ ଫୋନ୍ କଲେ ସେହି ଯୁବତୀ । ପୋଲିସର ଏକ ଟିମ୍ ଆସି ପହଞ୍ଚିଲେ । ଯୁବତୀ ଜଣକୁ ସେମାନଙ୍କ ସହ ଥାନାକୁ ଆସି ରିପୋର୍ଟ ଲେଖିବାକୁ କହିଲେ । ହେଲେ ରାତି ହୋଇ ଯାଇଥିବାରୁ ସେ ଥାନାକୁ ଯିବାକୁ ମନା କରି କାଲି ସକାଳେ ଯିବେ ବୋଲି କହିଲେ । କିନ୍ତୁ ପୋଲସ୍ କର୍ମଚାରୀ ମାନିଲେ ନାହିଁ । ନିଜ ଆପାର୍ଟମେଣ୍ଟ ଘରକୁ ଯାଉଥିବା ବେଳେ ଯୁବତୀଙ୍କ ବାଟ ଓଗାଳିଲେ । ଯୁକ୍ତିତର୍କ ବି ହେଲା । ଶେଷରେ ଉତକ୍ଷିପ୍ତ ହୋଇ ଯୁବତୀ ଜଣକ ନିଜ ଦେହରୁ ପୋଷାକ ଖୋଲି ଦେଲେ । ବାସ୍ ପୋଲିସକୁ ଅଟକାଇବା ପାଇଁ ସେତିକି ଯଥେଷ୍ଟ ଥିଲା । ତୁରନ୍ତ ସେ ଜାଗା ଛାଡ଼ି ପଳାଇଦଗଲା ପୋଲିସ୍ ଟିମ୍ । ଏ ସବୁ ଘଟଣା ସେତେବେଳେ ପାଖରେ ଥିବା କେହି ବ୍ୟକ୍ତି ମୋବାଇଲରେ ସୁଟିଂ କରି ଭାଇରାଲ କରିଦେଲେ ।

ଯାହା ସୂଚନା ମିଳିଛି, ଯୁବତୀ ଜଣକ ହେଉଛନ୍ତି ଜଣେ ଉଦୀୟମାନ ମଡେଲ । ସେ ପେଇଂଗେଷ୍ଟ ଭାବେ ଆପାର୍ଟମେଣ୍ଟରେ ରୁହନ୍ତି । ରାତିରେ ଘରକୁ ଫେରିବା ପରେ ସେ ନିଜ ରୁମରେ ମଦ ପିଉଥିଲେ । ଏହି ସମୟରେ ଗାର୍ଡ଼କୁ ଗୋଟିଏ ପ୍ୟାକେଟ୍ ସିଗାରେଟ୍ ଆଣିବାକୁ କହିଥିଲେ । କିନ୍ତୁ ଗାର୍ଡ଼ ମନା କରିବାରୁ ଦୁହିଁଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏହା ପରେ ମେଘା ଶର୍ମା ନାମ୍ନୀ ଏହି ମଡେଲ୍ ତଳକୁ ଆସି ଗାର୍ଡ଼ ଆଲୋକକୁ ଗାଳିଗୁଲଜ କରିବା ସହ ତାକୁ ଚାପୁଡ଼ା ମାରିଥିଲେ । ଏହା ପରେ ପୋଲିସକୁ ଡାକିଥିଲେ । ପୋଲିସ୍ ଆସି ତାଙ୍କୁ ଥାନାକୁ ଡାକିବାରୁ ଟିମରେ କେହି ମହିଳା ପୋଲିସ୍ ନଥିବାରୁ ସେ ତାଙ୍କ ସହିତ ଯିବାକୁ ମନା କରି ଦେଇଥିଲେ ।

WOMEN-2

ଘଟଣାଟି ଗତ ୨୫ ତାରିଖ ଶୁକ୍ରବାର ଦିନ ଘଟିଥିଲା । ପରଦିନ ସକାଳେ ମେଘା ମୁମ୍ବାଇ ପୋଲିସକୁ ଘଟଣା ସମ୍ପର୍କରେ ଟ୍ବିଟ୍ କରି ଜଣାଇ ଦେଇଥିଲେ । ମୁମ୍ବାଇ ପୋଲିସ୍ ମଧ୍ୟ ତାର ଉତ୍ତର ଦେବା ସହିତ ସ୍ଥାନୀୟ ପୋଲିସ୍ ଷ୍ଟେସନକୁ ଜଣାଇବା ପରେ ମେଘାଙ୍କ ଅଭିଯୋଗ ଅନୁସାରେ ଏତଲା ରୁଜୁ କରାଯାଇଛି । ଆଇନ୍ ଅନୁସାରେ ସୂର୍ଯ୍ୟାସ୍ତ ଠାରୁ ସୂର୍ଯ୍ୟୋଦୟ ମଧ୍ୟରେ କୌଣସି ମହିଳାଙ୍କୁ ପୋଲିସ୍ ଗିରଫ କରି ପାରିବ ନାହିଁ । ମହିଳାଙ୍କୁ କେବଳ ମହିଳା ପୋଲିସ୍ ହିଁ ଜେରା କରି ପାରିବ । ଏସବୁ ନିୟମ କାନୁନ ମେଘାଙ୍କୁ ଜଣାଥିଲା । ତେଣୁ ତାର ପୂରା ଫାଇଦା ନେଲେ ଓ ଶେଷରେ ଅମୋଘ ଅସ୍ତ୍ର ପ୍ରୟୋଗ କଲେ ମେଘା ।

MEGHA SHARMA
ମେଘା ଶର୍ମା
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.