Below header

ରେଳ ଧାରଣା ଉପରେ ବସି ମଦ ପିଉଥିଲେ, ଟ୍ରେନ୍ ଆସିଲା ଆଉ ତା ପରେ…

ଦିଲ୍ଲୀ : ପଞ୍ଜାବ ଅମୃତସର ଟ୍ରେନ୍ ଦୁର୍ଘଟଣାକୁ ୧୫ ଦିନ ବି ହୋଇନି । ଆଉ ଏକ ଘଟଣା ଲୋକଙ୍କ ସଚେତନତା ଅଭାବର ପ୍ରମାଣ ଦେଇଛି । କିଭଳି ରେଳ ଟ୍ରାକରେ ଲୋକେ ଜାଣି ଶୁଣି ନିଜ ଜୀବନକୁ ବାଜି ଲଗାଉଛନ୍ତି, ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀରେ । ସ୍ଥାନୀୟ ନାଙ୍ଗଲୋଇ ରେଳ ଷ୍ଟେସନ୍ ନିକଟରେ ରେଳ ଧାରଣା ଉପରେ ବସି ତିନି ଜଣ ମଦ ପିଉଥିଲେ । ସେହି ଟ୍ରାକରେ ବିକାନିର-ଦିଲ୍ଲୀ ଏକ୍ସପ୍ରେସ୍ ଟ୍ରେନ୍ ଆସିଲା । ନିଶାରେ ଥିବାରୁ ଟ୍ରେନ୍ ଆସିବା କଥା ସେମାନେ ଟିକେ ଡେରିରେ ଜାଣିଲେ । ଟ୍ରାକରୁ ଉଠି ଦୌଡ଼ିବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ସେମାନଙ୍କ ଉପରେ ଟ୍ରେନ୍ ମାଡ଼ିଗଲା । ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏହି ଘଟଣା ଘଟିଛି । ଏପର୍ଯ୍ୟନ୍ତ ମୃତକଙ୍କୁ ଚିହ୍ନଟ କରାଯାଇ ପାରିନାହିଁ । ପୋଲିସ୍ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.