ହାଇକୋର୍ଟ ପରିସରରେ ମହାଭାରତ , ଓକିଲ-ଓକିଲ ମୁହାଁମୁହିଁ

ହାଇକୋର୍ଟ ପରିସରରେ ମହାଭାରତ। ଓକିଲଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ। ପୂର୍ବ ସୂଚନା ମୁତାବକ, ଆଜି କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ BJD ଲିଗାଲ ଫ୍ରଣ୍ଟର ଆଇନଜୀବୀ। ବାଧା ଦେଇଥିଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ସମର୍ଥନ କରୁଥିବା, ହାଇକୋର୍ଟ ବାର ଆସୋସିଏସନ ଗୋଷ୍ଠୀର ଓକିଲ। ସୃଷ୍ଟି ହୋଇଥିଲା ଉତ୍ତେଜନା । ଏପରିକି BJD ଲିଗାଲ ଫ୍ରଣ୍ଟର ଉପଦେଷ୍ଟା ଅସିମ ଅମିତାଭ ଦାସ୍‌ ଆକ୍ରମଣର ଶିକାର ହେଲେ। ଜଣେ ବିଜେଡି ଲିଗାଲ ସେଲ ସମର୍ଥକଙ୍କୁ ବିପକ୍ଷ ଗୋଷ୍ଠୀ ଅଟକ ରଖିଥିଲେ । ପୋଲିସ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲାା ପରିସ୍ଥିତିକୁ ଦେଖି ହାଇକୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛିା

ଆଜିର ଘଟଣାକୁ ନେଇ ଥାନାରେ ୪ଟି ମାମଲା ରୁଜୁ ହୋଇଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପୋଲିସ କମିଶନର କହିଛନ୍ତି।

ଏପଟେ କଟକରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ ନେଇ ରାଜନୀତି ଜୋର ଧରିଛି । ବିଜେପିର ଅଭିଯୋଗ, ଆନ୍ଦୋଳନ ପଛରେ ରାଜ୍ୟ ସରକାରଙ୍କ ଭୂମିକା ରହିଛି । ‘ସମାଧାନ କରିବା ପରିବର୍ତ୍ତେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ‘ବିଜୁ ଯୁବବାହିନୀ କର୍ମକର୍ତ୍ତା ଗଣ୍ଡଗୋଳ କରୁଥିବା ଦଳ ଅଭିଯୋଗ କରିଛି। ବିଜେଡିର ପାଲଟା ଆକ୍ରମଣ, ବିବାଦକୁ ବିଜେପି ବଢ଼ାଉଛି। ଆଇନଜୀବୀ ସଂଘ ଓ ହାଇକୋର୍ଟ ମଧ୍ୟରେ ସମସ୍ୟାର ସମାଧାନ ହୋଇପାରିବ। ଘଟଣାରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନଥିବା ବିଜେଡି ସ୍ପଷ୍ଟ କରିଛି ।

କଟକରେ ଆଡଭୋକେଟ୍‌ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପୋଲିସ କର୍ମଚାରୀଙ୍କ ଗିରଫ ଦାବି କରୁଛନ୍ତି ଆଇନଜୀବୀ । ଏହାକୁ ନେଇ ଆଇନଜୀବୀମାନେ ଅଗଷ୍ଟ ୨୯ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ସୁପ୍ରିମକୋର୍ଟଙ୍କ ତାଗିଦ୍‌ ସତ୍ୱେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି ଓକିଲ। ଗତ ଶନିବାର ବିଜେଡିି ଲିଗାଲ ଫ୍ରଣ୍ଟ ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନରୁ ଓହରିଥିଲାା ଏହା ପରେ ଘଟଣା ଏବେ ନୂଆ ମୋଡ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.