Below header

ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ଗ୍ରହଣ କରି ଫେଲ ମାରିଲେ ଏକତା କପୁର, ମଜା ଉଡ଼ାଇଲେ ଲୋକେ

କରୋନା ଭାଇରସ ମାମଲାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ଆରମ୍ଭ କରିଛି। ନିକଟରେ ଏକତା କପୁର ଏହି ଚ୍ୟାଲେଞ୍ଜ ନେଇଥିଲେ। କିନ୍ତୁ ଅନେକ ବ୍ରେସଲେଟ ଏବଂ ମୁଦି ପିନ୍ଧି ହାତ ଧୋଉଥିବା ଦେଖି ଲୋକେ ତାଙ୍କୁ ଖୁବ ଟୋଲ କରିଥିଲେ। ସ୍ମୃତି ଇରାନୀ ଏକତାଙ୍କୁ ଏଥିପାଇଁ ନୋମିନେଟ କରିଥିଲେ। ଏହାପରେ ଏକତା ଇନଷ୍ଟାଗ୍ରାମରେ ଏହି ଚ୍ୟାଲେଞ୍ଜ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି ।

ଏହାସହିତ କ୍ୟାପସନ ଲେଖିଛନ୍ତି ଯେ ମୁଁ ଆପଣଙ୍କ ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜକୁ ଗ୍ରହଣ କରୁଛି । ମୁଦି ଓ ବ୍ରେସଲେଟ ଭର୍ତ୍ତି ହୋଇଥିବା ହାତକୁ ଧୋଇବାରେ ଏକ ମିନିଟରୁ ଅଧିକ ଟାଇମ ଲାଗିଛି । ଆଉ ମୋ କେଶ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ଏହା ମୋର କ୍ଵାରେଣ୍ଟାଇନ ଲୁକ । ଏହି ଭିଡିଓ ଉପରେ କିଛି ୟୁଜର କହିଥିଲେ, ତୁମେ ପିନ୍ଧିଥିବା ଜୁଏଲାରୀରେ ମାଇକ୍ରୋ ଜର୍ମସ ଥାଇପାରନ୍ତି । ଏହି ଚ୍ୟାଲେଞ୍ଜକୁ କରିବା ପାଇଁ ଏକତା ଏବେ ମୌନି ରଏ, ଦିବ୍ୟାଙ୍କା ତ୍ରିପାଠୀ ଓ ଅନିତା ହସନନ୍ଦନି ନୋମିନେଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.