Below header

ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ, ଆବଶ୍ୟକ ନ ପଡିଲେ ଘରୁ ନ ବାହାରିବାକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  କରୋନା ଭାଇରସ୍‌ ସହ ଲଢ଼େଇ ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ର। ସଂକଳ୍ପ ଓ ସଂଞ୍ଜମ ରକ୍ଷା ପାଇଁ ଆହ୍ଵାନ ଦେଇଛନ୍ତି। ଆବଶ୍ୟକ ନ ପଡିଲେ ଘରୁ ନ ବାହାରିବାକୁ ସଂକଳ୍ପ କରିବାକୁ କହିଛନ୍ତି। ଏପରି କି ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ପାଇଁ ଆହ୍ଵାନ ଦେଇଛନ୍ତି। ଯାହା ଜନତାଙ୍କ ପାଇଁ, ଜନତା ଦ୍ୱାର ନିଜ ଉପରେ କର୍ଫ୍ୟୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ୨୨ ମାର୍ଚ୍ଚ ରବିବାର ସକାଳୁ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବାକୁ କହିଛନ୍ତି। ନାଗରିକଙ୍କୁ ଘରୁ ନ ବାହାରିବାକୁ ଅପିଲ କରିଛନ୍ତି। ଆବଶ୍ୟକ ସେବାରେ ଜଡିତ ବ୍ୟକ୍ତି ଘରୁ ବାହାରି ପାରିବେ। ୨୨ ମାର୍ଚ୍ଚରେ ଆଉ ଏକ ସହଯୋଗ ଚାହିଁଛନ୍ତି ପ୍ରଧାନମନ୍ତ୍ରୀ। ଦୁଇ ମାସ ହେଲା ଡାକ୍ତର ଓ ବିଭିନ୍ନ କର୍ମଚାରୀ ଓ ଅଧିକାରୀ କରୋନା ମୁକାବିଲା କରୁଛନ୍ତି। ସେହି ସେବାକୁ ନେଇ ସେମାନଙ୍କୁ ଧନ୍ୟବାଦ ଦେବାକୁ କହିଛନ୍ତି।

ରବିବାର ସଂଧ୍ୟା ୫ଟାରେ ଘର ଦ୍ୱାର କିମ୍ବା ଝରକା ପାଖରେ ଠିଆ ହୋଇ ୫ ମିିନିଟ ପାଇଁ ତାଳି ମାରି, ଥାଳି ବାଡେଇ କିମ୍ବା ଘଣ୍ଟା ବାଡେଇ ସେମାନଙ୍କ ସେବାକୁ କୃତଜ୍ଞତା ଜଣାଇବାକୁ ଆହ୍ଵାନ ଦେଇଛନ୍ତି। ସ୍ଥାନୀୟ ପ୍ରଶାସନକୁ ସଂଧ୍ୟ ୫ରେ ସାଇରନ ବଜାଇ ଲୋକଙ୍କୁ ସୂଚିତ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି, ଏ ସମୟରେ ହସ୍ପିଟାଲ ଉପରେ ଚାପ ନ ବଢୁ। ତେଣୁ ରୁଟିନ୍‌ ଚେକ୍‌ ପାଇଁ ହସ୍ପିଟାଲ ନ ଯିବାକୁ ପରାମର୍ଶ ଦେଇଛନ୍ତି। ଏହାସହ କରୋନା ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଛି। ତାର ମୁକାବିଲା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ କୋଭିଡ୍‌ ୧୯ ଇକୋନୋମିକ୍‌ ଟାସ୍କ ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.