ସନ୍ଧ୍ୟାରେ ବଜ୍ରପାତ ନେଇଗଲା ୬ ଜୀବନ, ଘଡଘଡି ସହ ବର୍ଷାରେ ବେହାଲ ହୋଇଗଲା ଓଡିଶାର କିଛି ଅଞ୍ଚଳ

କେନ୍ୟୁଜ୍ (ବ୍ୟୁରୋ):  ବଜ୍ରପାତ ନେଲା ୬ ଜୀବନ। ଆଜି ସଂନ୍ଧ୍ୟାରେ ବଜ୍ରପାତ ଘଟି ଓଡିଶାର ୬ ଜଣଙ୍କ ଜୀବନ ଯାଇଥିବା  ବେଳେ କିଛି ଗୋରୁ ମଧ୍ୟ ଏଥିରେ ମୃତ୍ୟ ବରଣ କରିଛନ୍ତି।  ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘଣ୍ଟିବୁଡ଼ ଗାଁରେ ଦୁଇ କେନ୍ଦୁପତ୍ର  ତୋଳାଳି ଓ ଗଜପତି ଓ ଜଗତସିଂହପୁର ଜିଲ୍ଲାରେ ୨ ଜଣ ଲେଖାଏଁ ଲୋକଙ୍କର ଏହି ବଜ୍ରାଘାତରେ  ମୃତ୍ୟୁ ଘଟିଛି। କିନ୍ତୁ ସରକାରୀ ସ୍ତରରେ ୪ ଜଣଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି।

Image result for lightning

ମିଳିଥିବା ସୂଚନା ମୁତାବକ ଘଣ୍ଟିବୁଡ଼ ଗାଁର କେନ୍ଦୁପତ୍ର କର୍ମଚାରୀମାନେ ବୁଦା କାଟିବା ପାଇଁ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୫ଟା  ବେଳେ ହଠାତ ଘଡ଼ଘଡି ସହ ବର୍ଷା ଆରମ୍ଭ ହୋଇଯାଇଥିଲା। ସମସ୍ତେ ବର୍ଷାରୁ ବର୍ତ୍ତିବା ପାଇଁ ଗଛ ତଳେ ଆଶ୍ରୟ ନେଇଥିଲେ। ଏତିକି ସମୟରେ ସେହି ଜାଗାକୁ ବଜ୍ରପାତ ହୋଇଥିଲା। ଏହି ବଜ୍ରପତରେ ଦୁଇଜଣ ଘଟଣାସ୍ଥଳରେ ମ୍‌ତ୍ୟୁ ବରଣ କରିଥିବା ବେଳେ  ଅନ୍ୟ ଜଣେ ଗୁରୁତର ଆହାତ ହୋଇଥିଲେ ।  ସମସ୍ତ କର୍ମଚାରୀଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ କୁମୁଟିମୁଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Image result for lightning

ସେହିପରି କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଦମପୁର ପଞ୍ଚାୟତର ଚାନ୍ଦିପୋଷ ଗାଁରେ ବଜ୍ରପାତ ହେବାରୁ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଛି। କୁଆପଥର ବର୍ଷା ହେବାରୁ ଗୋରୁମାନେ ଏକ ଗୁହାଳ ଭାଡି ତଳେ ଆଶ୍ରୟ ନେଇଥିଲେ। ତେବେ ହଠାତ୍‌ ବଜ୍ରପାତ ହେବାରୁ ୮ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ହୃସିକେଶ ବେହେରା ଓ କୁଆଁରମୁଣ୍ଡା ରାଜସ୍ଵ ନିରୀକ୍ଷକ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର  ଜଣା ପଡିଛି।

Leave A Reply

Your email address will not be published.