ବରଗଡ଼ ସବ୍‌ ଜେଲ୍‌ରେ ଅଜବ ଘଟଣା, ନକଲି ରିଲିଜ୍‌ ଅର୍ଡର ଦେଇ ମୁକୁଳି ଗଲେ ଦୁଇ କଏଦୀ

ବରଗଡ(କେନ୍ୟୁଜ୍): ବରଗଡ଼ ସବ୍‌ ଜେଲ୍‌ରେ ଅଜବ ଘଟଣା । ଅପହରଣ ମାମଲାରେ ବିଚାରଧୀନ ଦୁଇ କଏଦୀ ନକଲି ରିଲିଜ୍‌ ଅର୍ଡର ସହାୟତାରେ ଜେଲ୍‌ରୁ ମୁକୁଳିଯାଇଛନ୍ତି । ଗତ ୧୭ ତାରିଖରେ ଦୁଇ କଏଦୀ ଏଡିଜେ କୋର୍ଟରେ ହାଜର ହେବାକୁ ଥିବା ବେଳେ ସେମାନେ ବରଗଡ଼ ସବ୍‌ଜେଲ୍‌ରୁ ୧୪ ଦିନ ପୂର୍ବରୁ ଜେଲ୍‌ରୁ ମୁକୁଳିଯାଇଥିଲେ । ତେବେ ୧୭ ତାରିଖରେ କୋର୍ଟରେ ଉଭୟ ହାଜର ନହେବାରୁ ଯେତେବେଳେ କୋର୍ଟରୁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରାଗଲା ସେତେବେଳେ ପ୍ରକୃତ ଘଟଣା ଜଣାପଡ଼ିଥିଲା । ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଜାଲ୍‌ ଦସ୍ତଖତ ସହିତ ଏଡିଜେ କୋର୍ଟଙ୍କ ମୋହର ବ୍ୟବହାର କରି ଦୁଇ କଏଦୀ ଜେଲ୍‌ରୁ ଖସି ଯିବାରେ ସହାୟକ ହୋଇଛନ୍ତି । ଅପରାଧୀ ଦୁଇ ଜଣ ଛତିଶଗଡ଼ର ପ୍ରଦୀପ ଠାକୁର ଓ ଉତ୍ତର ଫୁଟେ । ୨୦୧୯ ଜୁଲାଇରେ ଛତିଶଗଡ଼ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ବରଗଡ଼ରେ ଅପହରଣ କରି ତାଙ୍କ ପରିବାରକୁ ଲକ୍ଷାଧିକ ଟଙ୍କା ଦାବି କରିଥିଲେ । ବରଗଡ଼ ପୋଲିସ ସେମାନଙ୍କୁ କାବୁ କରି କୋର୍ଟକୁ ପଠାଇଥିଲା । ମାତ୍ର ବରଗଡ଼ ସବ୍‌ ଜେଲ୍‌ର ଅବହେଳା କାରଣରୁ ଦୁଇ ଅପରାଧୀ ଖସିଯିବାରେ ସକ୍ଷମ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.