ସକାଳର ସୂର୍ଯ୍ୟଦ୍ବୟ ଦେଖିପାରିବେ ନାହିଁ ନିର୍ଭୟା ପିଶାଚ, ଭୋର ୫.୩୦ରେ ଝୁଲିବେ ଫାଶୀ ଖୁଣ୍ଟରେ

କେନ୍ୟୁଜ୍(ବ୍ୟୁରୋ): ଶେଷରେ ନିର୍ଭୟାକୁ ମିଳିବ ନ୍ୟାୟ। ଆସନ୍ତାକାଲି ତିହାର ଜେଲରେ ଝୁଲିବେ ୪ ଦୋଷୀ । ସକାଳ ସାଢେ ୫ଟାରେ ଅକ୍ଷୟ ଠାକୁର, ପଓ୍ଵନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । ଫାଶୀ ଅଟକାଇବାକୁ ନିର୍ଭୟା ଦୋଷୀଙ୍କ ଶେଷ ଉଦ୍ୟମ ବିଫଳ ହୋଇଛି। ସେମାନଙ୍କର ସବୁ ପିଟିସନ୍‌ ଖାରଜ କରି ଦେଇଛନ୍ତି ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ । ସେହିପରି ଶେଷ ଦିନ ବି ଦୁଇଟି ପିଟିସନ୍‌ର ଲମ୍ବା ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ୨୦୧୨ ଡିସେମ୍ବର ୧୬ ରାତିରେ, ନିର୍ଭୟାଙ୍କ ସହ ଜଘନ୍ୟକାଣ୍ଡ ଘଟାଇଥିବା ଦୋଷୀଙ୍କୁ ଝୁଲାଇବାକୁ ତିହାର ଜେଲରେ ପ୍ରସ୍ତୁତ ଫାଶୀ ଖୁଣ୍ଟ । ଚାରି ପିଶାଚଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବେ ପଓ୍ଵନ ଜହ୍ଲାଦ । ଫାଶୀ ତିହାର ଜେଲରେ କରିଛନ୍ତି ଡମି ଏଗଜେକୁସନ୍‌।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.