Below header

ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନଙ୍କ କାର ଦୁର୍ଘଟଣାଗ୍ରସ୍ତ, ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦା କଲେ କିଛି ଏପରି ..ଦେଖନ୍ତୁ ଭିଡିଓ

ହିନ୍ଦୀ ସିନେମା ଅଭିନେତା ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଆହୁଜାଙ୍କ କାର ସହିତ ଗତ ରାତିରେ ଏକ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ କୌଣସି କ୍ଷୟକ୍ଷତି ହୋଇନଥିବା ଏବଂ ଉଭୟ ପକ୍ଷଙ୍କ ସହମତିରେ ପୋଲିସର ଅଭିଯୋଗ ବିନା ମାମଲାର ସମାଧାନ ହୋଇଥିବା ଜଣାପଡିଛି । ଏହି ଘଟଣା ରାସ୍ତାରେ କେହି ରେକର୍ଡ କରିଥିଲେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଆହୁଜାଙ୍କ କାର ଅନ୍ୟ ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ଏକ ଛୋଟ ଦୁର୍ଘଟଣା ଥିଲା ଯେଉଁଥିରେ କୌଣସି ଆଘାତ ଲାଗିନଥିବା ଜଣାପଡିଛି । ଗୋଟିଏ କାର ନିଜେ ୟଶବର୍ଦ୍ଧନ ଚଳାଉଥିବା ବେଳେ ଅନ୍ୟ କାରକୁ କମ୍ପାନୀ ଡ୍ରାଇଭର ଚଳାଉଥିଲେ । ତେବେ ଦୁହିଁଙ୍କ ପାରସ୍ପରିକ ବୁଝାମଣା ହେତୁ ଏହା ଘଟଣା ସ୍ଥଳରେ ହିଁ ସମାଧାନ ହୋଇଯାଇଥିଲା ।

गोविंदा अपने बेटे के साथ

ଘଟଣାର ଖବର ପାଇବା ପରେ ଗୋବିନ୍ଦା ନିଜେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସାମାନ୍ୟ ଭୁଲ ଯୋଗୁଁ ଏହି ଘଟଣା ଘଟିଛି । ମିଳିଥିବା ଖବର ଅନୁଯାୟୀ ଉଭୟ ଗାଡିର ଡ୍ରାଇଭର ଏହି ଘଟଣାକୁ ରୋକିବା ପାଇଁ ବହୁତ ଚେଷ୍ଟା କରିଥିଲେ । ଯେଉଁ କାରଣରୁ ଏହି ଘଟଣା ସେହିଠାରେ ହିଁ ରଫାଦଫା ହୋଇଯାଇଛି । ଯଦି ଆଉ ଟିକିଏ ମାତ୍ର ଭୁଲ ହୋଇଥାନ୍ତା ତାହେଲେ ଏହା ଏକ ବଡ ଦୁର୍ଘଟଣା ହୋଇ ବହୁତ କ୍ଷତି ଘଟାଇଥାନ୍ତା ।

गोविंदा के बेटे की कार का मुंबई में हुआ एक्सीडेंट

ତଥାପି ଏହି ଛୋଟ ଧକ୍କାରେ ୟଶବର୍ଦ୍ଧନଙ୍କ କାର ହାଲୁକା ଭାବେ କ୍ଷତିଗ୍ରସ୍ତ ହୋଇଛି ଯାହାଦ୍ୱାରା ତାଙ୍କ କାରର ଆଜି ଲାଇଟ ଭାଙ୍ଗି ଯାଇଛି । ଦୁର୍ଘଟଣା ପାଇଁ ପରସ୍ପରକୁ ଦାୟୀ ନକରି ଉଭୟ ପକ୍ଷ ଘଟଣାସ୍ଥଳରେ ବୁଝାସୁଝା କରିଦେଇଥିଲେ ଏବଂ ପୋଲିସ ପାଖରେ ଏହି ଖବର ପହଂଚି ପାରିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.