Below header

ହ୍ଵାଟ୍ସଆପ୍‌ରେ ଫଟୋ ଡିଲିଟ୍‌ ହୋଇଯାଇଥିଲେ ଏହି ଟ୍ରିକ୍‌ ବ୍ୟବହାର କରି କରନ୍ତୁ ଡାଉନ୍‌ଲୋଡ୍‌

ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ୍‌ରେ ପ୍ରତିଦିନ କିଛି ନା କିଛି ପରିବର୍ତ୍ତନ ହୋଇଥାଏ। ଏହି ଆପ୍‌ରେ ୟୁଜର ୩୦ ଦିନ ପର୍ଯ୍ୟନ୍ତ ପୁରୁଣା ମଲ୍ଟିମିଡିଆ ଫାଇଲକୁ ଡାଉନ୍‌ଲୋଡ କରିପାରିବେ। ଏଭଳି ସ୍ଥିତିରେ ଯଦି ଆପଣଙ୍କର କୌଣସି ହ୍ଵାଟ୍ସଆପ୍‌ ଫଟୋ କିମ୍ବା ଭିଡିଓ ଡିଲିଟ୍‌ ହୋଇଯାଇଛି ତେବେ ଆପଣ ଏହାକୁ ପୁନର୍ବାର ଲୋଡ୍‌ କରିପାରିବେ। ମାତ୍ର ୩୦ ଦିନ ପରେ ଏହା ହ୍ଵାଟ୍ସଆପ୍‌ର ସର୍ଭରରୁ ଡିଲିଟ୍‌ ହୋଇଯାଇଥାଏ, ଫଳରେ ଲୋଡ୍‌ କରିବା ସମ୍ଭବପର ନୁହେଁ।

ଏମିତି ଡାଉନ୍‌ଲୋଡ୍‌ କରନ୍ତୁ ଡିଲିଟ୍‌ ଫଟୋ:

-ହ୍ଵାଟ୍ସଆପ୍‌ରେ କେବଳ ସେହି ଫାଇଲକୁ ଡାଉନ୍‌ଲୋଡ୍‌ କରିହେବ ଯାହାକୁ ୟୁଜରଙ୍କ ତରଫରୁ ଡିଲିଟ୍‌ କରାଯାଇନଥିବ। ଯଦି ସମ୍ପୂର୍ଣ୍ଣ କନ୍‌ଭର୍ସେସନ୍‌ ଡିଲିଟ୍‌ ହୋଇଯାଇଛି ତେବେ କଣ୍ଟେଟ୍‌ ଆଉ ଶୋ’ କରିବନାହିଁ। ଫଳରେ ଲୋଡ୍‌ କରିବା ଅସମ୍ଭବ।

-ଯଦି ଏଭଳି ହୋଇନାହିଁ ତେବେ ହ୍ଵାଟ୍ସଆପ୍‌ରେ ଉକ୍ତ ଚାଟ୍‌କୁ ଓପନ୍‌ କରନ୍ତୁ। ଏହା ପରେ ଯେଉଁ ଫାଇଲ ଲୋଡ୍‌ କରିବାକୁ ଚାହୁଁଛନ୍ତି ସେହି ଫାଇଲ ପର୍ଯ୍ୟନ୍ତ ସ୍କ୍ରଲ କରନ୍ତୁ।

Android Tips: How to Get Deleted WhatsApp Media Back

-ବ୍ଲୟର ବା ଝିଲ ଝିଲ ହୋଇ ଦିଶୁଥିବା ଫାଇଲ ଉପରେ ଟ୍ୟାପ୍‌ କରନ୍ତୁ। ଏହା ଦ୍ୱାରା ଉକ୍ତ ଫାଇଲ ପୁନର୍ବାର ଡାଉନ୍‌ଲୋଡ୍‌ ହୋଇଯିବ।

-ମାତ୍ର ଫାଇଲ୍‌ ରିସିଭ୍‌ କରିବାର ୩୦ ଦିନ ପରେ ଏଭଳି କରିହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.