ସିବିଏସ୍‌ଇ ଓ ଆଇସିଏସ୍‌ଇର ବାକି ଥିବା ଦଶମ ଓ ଦ୍ୱାଦଶର ସମସ୍ତ ପରୀକ୍ଷା ବାତିଲ୍

ନୂଆଦିଲ୍ଲୀ:ସିବିଏସ୍‌ଇ ଓ ଆଇସିଏସ୍‌ଇର ବାକି ଥିବା ସମସ୍ତ ପରୀକ୍ଷା ବାତିଲ । ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ଦଶମ ଓ ଦ୍ୱାଦଶର ବାକି ଥିବା ସମସ୍ତ ପରୀକ୍ଷା ବାତିଲ । ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଥିବା ସିବିଏସ୍‌ଇ ପରୀକ୍ଷା ବାତିଲ କରାଯାଇଛି । ଦ୍ୱାଦଶ ଶ୍ରେଣୀର ପୂର୍ବ ୩ଟି ପରୀକ୍ଷା ଅନୁସାରେ ମୂଲ୍ୟାଙ୍କନ କରାଯିବ । ପରେ ହେବାକୁ ଥିବା ପରୀକ୍ଷାରେ ଚାହିଁଲେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ । ଏନେଇ ସୁପ୍ରିମ୍‌କୋର୍ଟଙ୍କୁ ସଲିସିଟର ଜେନେରାଲ ସୂଚନା ଦେଇଛନ୍ତି ।

ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ବଳକା ପରୀକ୍ଷା କରାଇବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ତେବେ କରୋନାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଦିଲ୍ଲୀ ଓ ଅନ୍ୟ କିଛି ରାଜ୍ୟ ବର୍ତ୍ତମାନ ପରୀକ୍ଷା କରାଇବାରେ ଅସମର୍ଥତା ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା କାରଣରୁ ସୁପ୍ରିମକୋର୍ଟ ଏହି ପରୀକ୍ଷା ସବୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.