ହଟ୍‌ ଏବଂ ପାରମ୍ପରିକ ଅବତାରରେ ନଜର ଆସିଲେ ନିଆ, ଫଟୋ ହେଉଛି ଭାଇରାଲ

ନିଜର ସେକ୍ସି ଅନ୍ଦାଜ ପାଇଁ ସୁବବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ନିଆ ଶର୍ମା । କେବେ ନିଆ ନିଜର ଫିଟ୍‌ନେସକୁ ନେଇ ତ ଆଉ କେବେ ଫଟୋଶୁଟ୍‌କୁ ନେଇ। ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ହେବା ସତ୍ତ୍ୱେ ବଲିଉଡର ଅଭିନେତ୍ରୀମାନଙ୍କୁ ପଛରେ ପକାଇ ଦିଅନ୍ତି ନିଆ। ନିକଟରେ ପୁଣି ଏକ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି ନିଆ।

nia2-m

ଦୀପାବଳି ପାଇଁ ନିଆ ଲେହେଙ୍ଗା ପିନ୍ଧି ଏକ ଫଟୋଶୁଟ୍‌ କରିଛନ୍ତି। ଏହି ଫଟୋଶୁଟ ରାଜସ୍ଥାନର ଜୟପୁରରେ କରାଯାଇଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିଆ ଏହି ଫଟୋକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯାହାକୁ ଦେଖି ପ୍ରଶଂସକ ପାଗଳ ପ୍ରାୟ ହୋଇଯାଇଛନ୍ତି। ଏହି ଫଟୋରେ ନିଆଙ୍କ ହଟ୍‌ ଏବଂ ପାରମ୍ପରିକ ଅବତାର ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ ; ପୁଣି ଚର୍ଚ୍ଚାରେ ସନ୍ନି, ଫଟୋଶୁଟ୍‌ରେ ବି ସ୍ୱାମୀଙ୍କ ସହିତ ରୋମାଣ୍ଟିକ୍‌ ଅନ୍ଦାଜରେ ଆସିଲେ ନଜର

ନିଆ ଇନଷ୍ଟାଗ୍ରାମରେ ତିନୋଟି ଫଟୋ ସେୟାର କରିଛନ୍ତି। ଗୋଟେ ଫଟୋରେ ନିଆ ହଳଦିଆ ଏବଂ ଗ୍ରୀନ ରଙ୍ଗର ସ୍କର୍ଟ ଏବଂ ବ୍ଲାଉଜ ପିନ୍ଧିଥିବା ନଜର ଆସିଥିବା ବେଳେ ଅନ୍ୟ ଏକ ଏକ ଫଟୋରେ ଲାଇଟ୍‌ ଗ୍ରୀନ କଲର ଲେହେଙ୍ଗାରେ ନଜର ଆସିଥିଲେ। ନିଆଙ୍କ ଡ୍ରେସ ସାଙ୍ଗକୁ ତାଙ୍କ ମେକ୍‌ଅପ୍‌ ବେଶ୍‌ କ୍ଲାସିକ୍‌ ଲୁକ୍‌ ଦେଉଛି। ଏକତା କପୁରଙ୍କ ଶୋ ‘ ନାଗିନ୍‌ ୪’ରେ ନଜର ଆସିବେ ନିଆ ।