ବିଜେପୁର ଉପନିର୍ବାଚନ ଫଳାଫଳ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ କ୍ଷୋଭ, ଜାଣନ୍ତୁ କଣ କହିଲେ

ବରଗଡ(କେନ୍ୟୁଜ୍):  ବିଜେପୁର ଉପନିର୍ବାଚନ ଫଳାଫଳ ନେଇ ବରିଷ୍ଠ ବିଜେପି ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ କ୍ଷୋଭ । କହିଛନ୍ତି ପାର୍ଟି ତାଙ୍କୁ ବିଜେପୁର ପାଇଁ କୌଣସି ଦାୟିତ୍ୱ ଦେଇ ନଥିଲା । ପ୍ରଚାରକୁ କେମିତି ଯାଇଥାଆନ୍ତି । ପାର୍ଟି ଯଦି ତାଙ୍କୁ ବ୍ୟବହାର କରିବାକୁ ଚାହିଁବନି ତାହଲେ ସେ କଣ କରିପାରିବ । ରେଜଲ୍ଟ ସ୍ୱଭାବିକ ଥିଲା । ଦଳ ଯେଉଁଟା ଚିନ୍ତା କରିଥିବ ଦଳର ହିତ ପାଇଁ ଚିନ୍ତା କରିଥିବ । କେହି ତାଙ୍କ ସହ ବିଜେପୁର ଉପନିର୍ବାଚନ ସଂପର୍କରେ ଆଲୋଚନା କରି ନାହାନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ବିଜେଡି ସହ ତାଙ୍କର ସିଧାସିଧା ଲଢେଇ ହୋଇ ନାହିଁ । ଅଦୃଶ୍ୟ ଶକ୍ତି ସହ ଲଢେଇ ଥିଲା । ସମୀକ୍ଷା କଲେ ବୁଝିପାରିବେ ଏହି ଅଦୃଶ୍ୟ ଶକ୍ତି କଣ ।

Leave A Reply

Your email address will not be published.