ନିଜ ବାହାଘର ସିଡୀ ଦେଖି ମହିଳାଙ୍କର ଉଡ଼ିଗଲା ହୋସ୍‌, ଜାଣନ୍ତୁ କ’ଣ ଥିଲା ସେଥିରେ

ଘର ସଫା କରୁଥିବା ଜଣେ ମହିଳା ହଠାତ୍ ଅଳିଆଗଦା ଭିତରୁ ପାଇଥିଲେ ନିଜ ବାହାଘର ସିଡୀ, ଯାହାକୁ ଦେଖି ସେ ଆଶ୍ଚଯ୍ୟର୍ ହୋଇଯାଇଥିଲେ। ଏହି ସିଡୀ ଉପରେ ଲେଖାଥିଲା, ‘ପୁଅର ବାହାଘର ଫଟୋ’। ଏହାକୁ ତାଙ୍କ ଶାଶୁ ଅତି କଦର୍ଯ୍ୟ ହସ୍ତାକ୍ଷରରେ ଲେଖିଥିଲେ। ସିଡୀଟିକୁ ଦେଖିଲା ପରେ ମହିଳା ଜଣକ ଏହାକୁ ଦେଖିବା ପାଇଁ ଖୁବ୍ ଉତ୍ସାହିତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ସିଡୀ ପ୍ଲେ କରିବାକୁ ଉଚିତ ଭାବିଥିଲେ। କିନ୍ତୁ ଯେତେବେଳେ ସେ ସିଡୀ ପ୍ଲେ କରିଥିଲେ, ସେତେବେଳେ ତାଙ୍କ ହୋସ୍ ଉଡ଼ିଯାଇଥିଲା।

cd2

ଏହାସହ ପଢ଼ନ୍ତୁ: ଦେଖନ୍ତୁ କେତେ ଭୟଙ୍କର ଏହି ବ୍ୟକ୍ତି ଜଣକ, ବର୍ଷ ବର୍ଷ ଧରି ଖାଉଥିଲେ ଭାଲୁର ଗୁପ୍ତାଙ୍ଗ, ୬ ବର୍ଷ ପରେ ପୋଲିସ କଲା…

ସିଡୀରେ ପାଖାପାଖି ୪୦୦ଟି ଫଟୋ ଥିଲା। କିନ୍ତୁ କୌଣସି ଗୋଟିଏ ଫଟୋରେ କନ୍ୟା ଅର୍ଥାତ୍ ମହିଳା ନିଜେ ନ ଥିଲେ। ସେ ଛିଡ଼ା ହୋଇଥିବା ସ୍ଥାନଟି ଖାଲି ଥିଲା। ଫଟୋଗୁଡ଼ିକୁ ଅତି ଚତୁରତାର ସହ ନିଆଯାଇଥିଲା। ଯେତେବେଳେ ଏହି କଥା ମହିଳା ଜଣକ ନିଜ ସ୍ୱାମୀଙ୍କୁ କହିଥିଲେ, ସେତେବେଳେ ତାଙ୍କ ସ୍ୱାମୀ ଖୁବ୍ ଜୋର୍‌ରେ ହସିବାକୁ ଲାଗିଥିଲେ। ସ୍ୱାମୀଙ୍କ ଏଭଳି ହରକତ ଦେଖି ମହିଳା ଅନୁମାନ ଲଗାଇ ଦେଇଥିଲେ ଯେ ଏହି କାମ ନିଶ୍ଚିତ ଭାବେ ତାଙ୍କ ଶାଶୁ କରିଥିବେ। ସେ କୌଣସି ଜଣେ ଫଟୋଗ୍ରାଫରଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ବୋହୂର ଏଭଳି ଫଟୋ ଉଠାଇବାକୁ କହିଥିବେ ବୋଲି ମହିଳା ଭାବିଥିଲେ।

Leave A Reply

Your email address will not be published.