Below header

Ex Wife ସୁଜେନଙ୍କ ସହିତ ଲଞ୍ଚରେ ନଜର ଆସିଲେ ଋତିକ୍ ରୋସନ

ଛାଡପତ୍ରର ୪ ବର୍ଷ ପରେ ମଧ୍ୟ ଋତିକ ରୋସନ ଏବଂ ସୁଜେନଙ୍କ ଦୂରତା କମ୍ ହୋଇନାହିଁ। ନିକଟରେ ଋତିକ ପୁଣି ଥରେ ନିଜର ଏକ୍ସ ୱାଇଫ ସୁଜେନ ଏବଂ ପିଲାଙ୍କ ସହିତ ନଜର ଆସିଛନ୍ତି। ତାଙ୍କ ସହିତ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନିଜର ପରିବାର ସହିତ ମଧ୍ୟ ଦେଖାଯାଇଛନ୍ତି।

ରବିବାର ଋତିକ୍ ରୋସନ ନିଜର ଯାଆଁଳା ପିଲା ରିହାନ ଏବଂ ରିଧାନଙ୍କୁ ନେଇ ପହଁଚିଥିଲେ। ସେହିଭଳି ସୋନାଲି ବେନ୍ଦ୍ରେ ନିଜର ସ୍ବାମୀ ଗୋଲ୍ଡୀ ବହଲ ଏବଂ ପୁଅ ରଣବୀର ସହିତ ଥିଲେ। ଏମାନେ ସବୁ ସାଙ୍ଗରେ ଲଞ୍ଚ କରିବା ପାଇଁ ଯାଇଥିଲେ।

sujenଗୋଲ୍ଡୀ ବହଲ ନିଜର ଟ୍ବିଟରେ ଫଟୋ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି- ଏହି ଫଟୋରେ ସୁଜେନ ଓ ଋତିକ୍ ପାଖରେ ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ଏହି ମୌକାରେ ସମସ୍ତେ ଖୁସି ଥିବାର ନଜର ଆସୁଛନ୍ତି।

ଋତିକ୍ ଏବଂ ସୁଜେନ ୨୦୧୪ରେ ଛାଡପତ୍ର ନେଇଥିଲେ। ସବୁଠାରୁ ଖାସ କଥା ଏହା ହେଉଛି ଯେ ଏମାନେ କେବେବି ଦୁହିଁଙ୍କୁ ନେଇ ଖରାପ ମନ୍ତବ୍ୟ ଦେଇ ନାହାନ୍ତି। ଦୁହିଁଙ୍କୁ ସମୁବେଳେ ପ୍ରାୟ ପାର୍ଟୀ ଏବଂ ଡିନରରେ ସାଙ୍ଗରେ ନଜର ଆସୁଥିବାର ଦେଖିବାକୁ ମିଳେ।
ଋତିକ୍ ଏବଂ ସୁଜେନ ନିଜର ବୈବାହିକ ଜୀବନରୁ ବାହାରି ଯାଇଥିଲେ ମଧ୍ୟ ପିଲାମାନଙ୍କ ଖୁସି ପାଇଁ ଦୁହେଁ ପରିବାର ସହିତ ନିଜର ସମୟ ବିତାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.