ପାରାଲିସିସ୍ ହେବା ପରେ ରୋଗୀଙ୍କର ଏଭଳି କରନ୍ତୁ ପ୍ରାଥମିକ ଚିକିତ୍ସା ! ଆପଣଙ୍କ ଗୋଟିଏ ପ୍ରଚେଷ୍ଟା କାହାର ବଞ୍ଚାଇବ ଜୀବନ

ରୋଗ ହେବା ପୂର୍ବରୁ ତାହାର ନିରାକରଣ ବିଧି ଜାଣିବା ନିହାତି ଦରକାର । ବୋଧ ଆପଣଙ୍କ ଛୋଟ ପ୍ରୟାସ କାହାର ଜୀବନକୁ ବଞ୍ଚାଇଦେବ । ନଚେତ ଧୀରେ ଧୀରେ ସେହି ରୋଗ ଏକ ମାରାତ୍ମକ ରୋଗରେ ପରିଣତ ହୋଇଥାଏ । ସେଥିପାଇଁ କୁହାଯାଏ ଅସୁବିଧା ହେବା ପୂର୍ବରୁ ଉପାୟ ପାଂଚିବା ସବୁଠାରୁ ବୁଦ୍ଧିମାନର କାମ । ବୟସ ବଢିବା ସହିତ ରୋଗ ମଧ୍ୟ ବଢିଯାଏ ।

ଅଙ୍ଗ ପ୍ରତ୍ୟଙ୍ଗର କାର‌୍ୟ୍ୟ କରିବା କ୍ଷମତା କମିଯାଏ । ଆଉ କେବେ କେବେ ପାରାଲିସିସ ମଧ୍ୟ ହୋଇଯାଏ । ଏହି ରୋଗ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ହୋଇଥାଏ । କିନ୍ତୁ କେବେ କେବେ କମ ବୟସର ପିଲାମାନଙ୍କୁ ମଧ୍ୟ ଏହି ରୋଗ ହୋଇଥାଏ । ଶରୀରର କୌଣସି ସ୍ଥାନରେ ରକ୍ତ ଜମିଯିବାରୁ କୋଶିକା ଏବଂ ମସ୍ତିଷ୍କର ରକ୍ତପ୍ରବାହ ବନ୍ଦ ହୋଇଯାଏ । ଯେଉଁ କାରଣରୁ ଏହି ସମସ୍ୟା ହୋଇଥାଏ । ଏହା ଦ୍ୱାରା ଶରୀରର ସେହି ଅଙ୍ଗ ଅକାମୀ ହୋଇଯାଏ । କିନ୍ତୁ ସମୟ ପୂର୍ବରୁ ଯଦି ତାହାର ଚିକିତ୍ସା କରାଯାଏ, ତେବେ ଏଥିରୁ ମୁକ୍ତି ମିଳିପାରିବ ।

Paralytic-Patients 2

 

-ପାରାଲିସିସ ହେବା ସଙ୍ଗେ ସଙ୍ଗେ ରୋଗୀକୁ ତୁରନ୍ତ ୧୦୦ ମିଲି ତୈଳକୁ ଗରମ କରି ଖାଇବାକୁ ଦିଅନ୍ତୁ ଏବଂ ଏହାପରେ ୫ ରୁ ୬ କୋଲା ରସୁଣ ଖାଇବାକୁ ଦିଅନ୍ତୁ । ଏହାପରେ ପିଡ଼ିତ ଅଙ୍ଗକୁ ତୈଳରେ ଗୋଲମରିଚ ପକାଇ ମାଲିସ କରନ୍ତୁ ।

ନିଶ୍ଚିତ ପଢ଼ନ୍ତୁ:  ଜାଣନ୍ତୁ ୫ ବର୍ଷ ପର୍ଯ୍ୟନ୍ତ ଛୋଟ ପିଲାମାନଙ୍କୁ କେବେ କେଉଁ ଟୀକା ଦେବା ଆବଶ୍ୟକ

-ଅନ୍ୟ ଏକ ଉପାୟ ହେଉଛି ପାରାଲିସିସ ହେବା ସଙ୍ଗେ ସଙ୍ଗେ ରୋଗୀକୁ ମହୁ ଏବଂ ରସୁଣ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ପ୍ରଭାବିତ ଅଙ୍ଗ ସୁସ୍ଥ ହୋଇଥାଏ । ତେବେ ପାରାଲିସିସ ହେବାର କିଛି ଦିନ ପର‌୍ୟ୍ୟନ୍ତ ରୋଗୀକୁ ଏହା ନିୟମିତ ଖାଇବାକୁ ଦିଅନ୍ତୁ ।

-ଏହି ସବୁ ଉପାୟ କରିବା ଦ୍ୱାରା ଏହି ରୋଗରୁ ଉପଶମ ମିଳିଥାଏ । ତେଣୁ ହଠାତ ପାରାଲିସିସ ହେବା ମାତ୍ରେ ଏହିଭଳି ନିରାକରଣ କରାଗଲେ ରୋଗ ସଂପୂର୍ଣ୍ଣ ଭଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.