Below header

ମୁଁ କୌଣସି ପ୍ରଡ୍ୟୁସରଙ୍କ ପାଖକୁ କାମ ମାଗିବାକୁ ଯାଏ ନାହିଁ: ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ଚର୍ଚ୍ଚିତ ଚେହେରା। ଦର୍ଶକେ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରନ୍ତି। ଫିଲ୍ମରେ ତାଙ୍କ ଦମଦାର ଡାଏଲଗ ଏବଂ ଡ୍ୟାନ୍ସ ଦେଖି ଫ୍ୟାନ ପ୍ରାୟ ପାଗଳ। କିନ୍ତୁ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ‘ଦବଙ୍ଗ’ ସିରିଜ୍‌ ବ୍ୟତୀତ ଏତେ ହିଟ୍‌ ଫିଲ୍ମ ଆଉକିଛି ନାହିଁ। କିନ୍ତୁ ବକ୍ସ ଅଫିସରେ ୧୫୦୦ କୋଟି କ୍ଲବରେ ସେ ସାମିଲ ହୋଇଛନ୍ତି। ତାଙ୍କର ଶେଷ ହିଟ୍‌ ଫିଲ୍ମ ‘ମିଶନ ମଙ୍ଗଲ’। ଗତ ଦଶକରେ ସେ ପ୍ରାୟ ୨୦ ଫିଲ୍ମରେ ଅଭିନୟ କରିସାରିଛନ୍ତି।

sona

ତାଙ୍କର ସଫଳତା ନେଇ ସୋନାକ୍ଷୀ କୁହନ୍ତି, ଏଠାରେ ବନ୍ଧୁ ହୁଅନ୍ତି, କିଛିଦିନ ପରେ ଚାଲିଯାଇଥାନ୍ତି। ଲବି କରି କାମ କରିବା ମୁଁ କେବେ ଭାବି ନାହିଁ। ମୁଁ କେବେ କେଉଁ ପ୍ରଯୋଜକଙ୍କ ପାଖକୁ ଯାଇ କହିନି ମୋତେ କାମ ଦିଅ ବୋଲି। ମୁଁ ସବୁବେଳେ ମୋ’ କାମରେ ବିଶ୍ୱାସ କରେ ଆଉ କାମ ମୋ’ ନିକଟକୁ ଆସିଥାଏ। ମୋ’ କାମକୁ ନେଇ ମୁଁ ବହୁତ ଖୁସି। ଏବେ କ୍ୟାରିୟର ପ୍ରତି ଫୋକସ କରୁଛି। ଲବି କରି ପୁରସ୍କାର ଆଣିବା ଅପେକ୍ଷା ନ ମିଳିବା ଭଲ ବୋଲି ସୋନାକ୍ଷୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.