କରୋନା ଯୋଗୁ ଭାରତରେ ୭୦% ଶସ୍ତା ହେଲା ଚିକେନ, ଅଧା କମିଲା ବିକ୍ରି, ଲୁହ ଗଡ଼ାଉଛନ୍ତି କୁକୁଡ଼ା ଚାଷୀ

କରୋନା ଭାଇରସ୍‌ ଯୋଗୁ ଏବେ ଚିକେନ୍‌ ବିକ୍ରିରେ ୫୦ ପ୍ରତିଶତ ହ୍ରାସ ଘଟିଛି। ଏହି କାରଣରୁ ଏହାର ଦାମ୍‌ ଗୋଟିଏ ମାସ ଭିତରେ ୭୦ରୁ ଊର୍ଦ୍ଧ୍ୱ ପ୍ରତିଶତ କମିଯାଇଛି। Godrej Agrovetର ଉଚ୍ଚ ଅଧିକାରୀ ଗୁରୁବାର କହିଥିଲେ ଯେ ଚିକେନରୁ କୋରାନା ଭାଇରାସ୍‌ ବ୍ୟାପୁଥିବା ନେଇ ସୋସିଆଲ ମିଡିଆରେ ଏବେ ଗୁଜବ ଉଠିଛି, ଯଦ୍ଦ୍ଵାରା ଭାରତୀୟ ବଜାରରେ କୁକୁଡ଼ା ମାଂସର ଦାମ୍‌ ଏବଂ ବିକ୍ରି ଉଭୟ ହ୍ରାସ ପାଇଛି।

b11

Godrej Agrovetର ପ୍ରବନ୍ଧ ନିର୍ଦ୍ଦେଶକ ବି.ଏସ୍‌. ଯାଦବଙ୍କ କହିବା ଅନୁଯାୟୀ, ତାଙ୍କ ପଲ୍‌ଟ୍ରି ଶାଖା- ଗୋଦରେଜ୍‌ ଟାୟସନ ଫୁଡ୍‌ସକୁ ମଧ୍ୟ ଅନେକ ସମସ୍ୟା ପହଞ୍ଚିଛି। କାରଣ, ୧ ମାସ ଭିତରେ ଏହାର ବିକ୍ରି ୪୦ ପ୍ରତିଶତ କମିଯାଇଛି। ଏହାପୂର୍ବରୁ ଗୋଟିଏ ସପ୍ତାହରେ ୬ ଲକ୍ଷ କୁକୁଡ଼ା ବିକ୍ରି ହେଉଥିଲା। ସେ ଆହୁରି କହିଥିଲେ, ଆଗାମୀ ୨/୩ ମାସରେ ଯଦି ଏମିତି ଗୁଜବ ଜାରି ରହିବ, ତା’ହେଲେ ଭାରତରେ ଚିକେନ ବିକ୍ରିକୁ ନେଇ ସମସ୍ୟା ଉତ୍ପନ୍ନ ହେବ।

b44

ଯାଦବଙ୍କ କହିବା ହେଲା, ସରକାର ପରାମର୍ଶ ଜାରି କରିଛନ୍ତି ଯେ ଚିକେନ୍‌ରୁ କରୋନା ଭାଇରାସ୍‌ ବ୍ୟାପେନାହିଁ। ରାଜ୍ୟ ସରକାରମାନଙ୍କୁ ମଧ୍ୟ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଡ଼ାରୁ କଡ଼ା କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଉଛି। ତେବେ ସେ କହିଥିଲେ ଯେ ଭାରତରେ ଚିକେନ୍‌ ଖାଇବା ସୁରକ୍ଷିତ, କିନ୍ତୁ ଚିକେନ୍‌ରୁ କୋରାନା ବ୍ୟାପିବାର ଗୁଜବ ଆମ ଦେଶରେ କେବଳ ୧ ମାସ ଭିତରେ ୫୦ ପ୍ରତିଶତ ଚାହିଦାକୁ ପ୍ରଭାବିତ କରିଛି। ଗତ ମାସରେ ଚିକେନ୍‌ର ଦାମ୍‌ ୧୦୦ ଟଙ୍କା ଥିବା ବେଳେ ଏବେ ବଜାରରେ ୩୫ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି। କୁକୁଡ଼ା ଚାଷ ବଢ଼ୁଥିବା ବେଳେ ଚାଷୀମାନେ ଲୁହ ଗୁଡ଼ାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.