Below header

ଆୟକର ଫାଙ୍କି ଫସିଲେ ରାଜ କୁମାର ହିରାନି ଓ ଟାଇଗର ଶ୍ରଫ୍‌, ଜାଣନ୍ତୁ କେତେ ଲୁଚାଇଛନ୍ତି ବଲିିଉଡ୍‌ ତାରକା

ରାଜ କୁମାର ହିରାନି ଓ ଟାଇଗର୍‌ ଶ୍ରଫ୍‌ ନିଜ ପ୍ରକୃତ ଆୟ କଥା ଲୁଚାଇ ଏବେ ଫସି ଯାଇଛନ୍ତି । ଆୟକର ଅଧିକାରୀ ଯେତେବେଳେ ହିରାନିଙ୍କ ଅଫିସ୍‌ରେ ପହଞ୍ଚିଲେ ପୂରା ଫିଲ୍ମି ଷ୍ଟାଇଲ୍‌ରେ ସେମାନଙ୍କୁ ଅଳିଆ ଭିତରୁ ଏକ କାଗଜ ମିଳିଗଲା । ଯେଉଁଥିରେ ତାଙ୍କ ଆୟ ସମ୍ପର୍କରେ ତଥ୍ୟ ଥିଲା । ଥ୍ରି ଇଡିୟଟ୍ସ, ପିକେ ଓ ସଞ୍ଜୁ ଭଳି ସୁପର ହିଟ୍‌ ଫିଲ୍ମ ନିର୍ମାଣ କରିଥିବା ହିରାନି ନେଟ୍‌ଫ୍ଲିକ୍ସ ଓ ସଞ୍ଜୁ ଫିଲ୍ମର ଏକଜିବିସନ୍‌ ଅଧିକାରକୁ ନେଇ ୪୫ କୋଟି ଟଙ୍କାର ଚୁକ୍ତି ଅବା କାରବାର ହୋଇଥିବା କୁହାଯାଇଥିଲା । ହେଲେ ଆୟକର ରିଟର୍ଣ୍ଣ ଦାଖଲ ବେଳେ ହିରାନି ଏକଥା ଲୁଚାଇଥିଲେ । ତେଣୁ ଆୟକର ବିଭାଗ ଏ ସମ୍ପର୍କିତ ରିପୋର୍ଟ ସିବିଡିଟିକୁ ପଠାଇ ଦେଇଛନ୍ତି ।

TIGER SHROFFସେହିପରି ଟାଇଗର୍‌ ଶ୍ରଫ୍‌ ‘ବାଗି’ ଫିଲ୍ମରେ ଅଭିନୟ ପାଇଁ ୧୦ କୋଟି ଟଙ୍କା ନେଇଥିବା କଥା ଲୁଚାଇବା ବିଷୟରେ ଆୟକର ବିଭାଗ ଜାଣି ପାରିଛି । ଗତ ସେପଟେମ୍ବରରୁ ଆୟକର ବିଭାଗ ବଲିଉଡ୍‌ ଅଭିନେତା ଓ ପ୍ରଯୋଜକମାନଙ୍କ ଘରେ ଚଢ଼ାଉ ଚଳାଇଛି । ଏଥିରେ ୬୫୦ଟି ସର୍ଭେ ହୋଇଥିବା ବେଳେ ବଲିଉଡ୍‌ ତାରକାମାନଙ୍କର ୧୫୦୦ କୋଟି ଟଙ୍କା ଅଘୋଷିତ ସମ୍ପତ୍ତି ରହିଥିବା ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.