ମହେଶ ଭଟ୍ଟ ଫିଙ୍ଗିଥିଲେ କଙ୍ଗନାଙ୍କ ଉପରେ ଚପଲ, ଟ୍ବିଟରରେ ସତ୍ୟତା ବଖାଣିଲେ ଭଉଣୀ ରଙ୍ଗୋଲି

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାଓ୍ବାତଙ୍କ ଭଉଣୀ ଭଟ୍ଟ ପରିବାର ଉପରେ ଲଗାଇବା ଅଭିଯୋଗ ଚାଲିଛନ୍ତି। କଙ୍ଗନାଙ୍କ ସ୍ଥାନରେ ଏବେ ରଙ୍ଗୋଲି ସୋସିଆଲ ମିଡିଆରେ ବାରମ୍ବାର ଆଲିଆ ଭଟ୍ଟ, ସୋନି ରାଜଦାନ ଏବଂ ମହେଶ ଭଟ୍ଟଙ୍କ ଉପରେ ଆରୋପ ଲଗାଇଚାଲିଛନ୍ତି। ନିକଟରେ ଆଲିଆଙ୍କ ଭାରତୀୟ ନାଗରିକତା ଉପରେ ପ୍ରଶ୍ନ ଉଠାଇବା ପରେ ଏବେ ମହେଶ ଭଟ୍ଟ ‘ୱେ ଲମହେର’ ସ୍କ୍ରିନିଂ ସମୟରେ କଙ୍ଗନାଙ୍କ ସହ ର୍ଦୁବ୍ୟବହାର କରିବା ସହ ତାଙ୍କ ଉପରେ ଚପଲ ଫୋପାଡିଥିଲେ ବୋଲି କହିଛନ୍ତି।
kangana

କଙ୍ଗନାଙ୍କ ଦ୍ବାରା ଆଲିଆଙ୍କୁ ବିଭିନ୍ନ ପ୍ରକାରର କଥା କୁହାଯାଇଥିବା ବେଳେ ତାହାର ପ୍ରତିକ୍ରିୟାରେ ସୋନି ରାଜଦାନ ଏବେ କହିଛନ୍ତି, “ମହେଶ ଭଟ୍ଟ କଙ୍ଗାନଙ୍କୁ ବ୍ରେକ ଦେଇଥିଲେ , ତାଙ୍କ ନିକଟରେ ଏପରି ପ୍ରତିକ୍ରିୟା ବିଲକୁଲ ଭଲ ନୁହଁ “। ସେ ଆମ ପରିବାର ଉପରେ ସେସିଆଲ ମିଡିଆରେ ଆରୋପ ଲଗାଉଥିବା ବେଳେ ନିଜେ ର୍ଦୁବ୍ୟବହାରର ଆରୋପ କିପରି ଲଗାଉଛନ୍ତି।

ଏହାର ପ୍ରତିଉତ୍ତରରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି କହିଛନ୍ତି, “କଙ୍ଗନାଙ୍କୁ ମହେଶ ଭଟ୍ଟ ନୁହଁ ବରଂ ଅନୁରାଗ କଶୈପ ବ୍ରେକ ଦେଇଥିଲେ। ତାଙ୍କର କୌଣସି ନିଜସ୍ବ ପଡକ୍ଟସନ ହାଉସ ହିଁ ନାହିଁ। ଏହାଛଡ଼ା ‘ୱେ ଲମହେ’ ଫିଲ୍ମର ସ୍କ୍ରିନିଂ ସମୟରେ ସେ କଙ୍ଗନାଙ୍କ ସହ ର୍ଦୁବ୍ୟବହାର କରିବା ସହ ତାଙ୍କ ଉପରକୁ ଚପଲ ଫୋପାଡିଥିଲେ। ଏହି ଘଟଣା ପରେ ସେ ରାତିଯାକ କାନ୍ଦିଥିଲା। ଏହି ସମୟରେ ତାର ବୟସ ୧୯ ବର୍ଷ ରହିଥିଲା।“

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.