Below header

ବୈଜ୍ଞାନିକ ନୁହଁନ୍ତି ତୁଳସୀଦାସ ହିଁ ଜଣାଇ ଦେଇଥିଲେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଦୂରତା, ହନୁମାନ ଚାଲିଶାର ଏହି ଦୋହାରେ ଅଛି ପୁରା ଗଣିତ

ଅନେକ ବର୍ଷ ତଳେ ରିସର୍ଚ୍ଚ କରି ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଥିବା ଦୂରତାକୁ ଆକଳନ କରିଥିଲେ ବୈଜ୍ଞାନିକ । ଏହି ରିସର୍ଚ୍ଚ ଅନୁସାରେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଦୂରତା ପ୍ରାୟ ୧୫ କୋଟି କିଲୋମିଟର । ହେଲେ ବୈଜ୍ଞାନିକଙ୍କ ପୁର୍ବରୁ ତୁଳସୀଦାସଙ୍କ ଦ୍ବାରା ଲେଖାଯାଇଥିବା ହନୁମାନ ଚାଲିଶାର ଏକ ଦୋହାରେ ହିଁ ଲେଖାଯାଇଥିଲା ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଦୂରତା କେତେ ।

ଗୋସ୍ବାମୀ ତୁଳସୀଦାସଙ୍କ ଦ୍ବାରା ଲେଖାଯାଇଥିବା ହନୁମାନ ଚାଲିଶାର ୧୮ ଅଧ୍ୟାୟରେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଥିବା ଦୂରତାକୁ ବର୍ଣ୍ଣନା କରାଯାଇଛି ।

ଯୁଗ ସହସ୍ର ଯୋଜନ ପର ଭାନୁ ।
ଲିଲ୍ୟୋ ତ୍ୟାହି ମଧୁର ଫଲ ଜାନୁ ।।

ଏହାର ଓଡିଆ ଅର୍ଥ ହେଉଛି ପ୍ରଭୂ ହନୁମାନ ଏକ ଯୁଗ ସହସ୍ର ଯୋଜନ ଦୂରତାରେ ଅବସ୍ଥିତ ଭାନୁ ଅର୍ଥାତ୍ ସୂର୍ଯ୍ୟଙ୍କୁ ମିଠା ଫଳ ଭାବି ଖାଇଦେଇଥିଲେ ।

ବୈଦିକ ଜ୍ୟୋତିଷ ଆଧାରରରେ ଜାଣନ୍ତୁ ଏହି ଦୋହାରେ ଥିବା ପ୍ରତି ଶବ୍ଦର ଗଣିତ :

ଜୁଗ (ଯୁଗ ) : ୧୨୦୦୦ ବର୍ଷ
ଏକ ସହସ୍ର : ୧୦୦୦
ଏକ ଯୋଜନ : ୮ ମିଲ୍
ଭାନୁ : ସୂର୍ଯ୍ୟ

ଯୁଗ X ସହସ୍ର X ଯୋଜନ = ପର ଭାନୁ ଅର୍ଥାତ୍ ସୂର୍ଯ୍ୟଙ୍କ ଦୂରତା

୧୨୦୦୦ X ୧୦୦୦ X ୮ ମିଲ୍ = ୯୬୦୦୦୦୦୦ ମିଲ୍

ଏକ ମିଲ୍ : ୧.୬ କିମି

୯୬୦୦୦୦୦୦ X ୧.୬ = ୧୫୩୬୦୦୦୦୦ କିମି

ଏହି ଆଧାରରେ ହିଁ ଗୋସ୍ବାମୀ ତୁଳସୀଦାସ ହିଁ ଜଣାଇଦେଇଥିଲେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଦୂରତା ପ୍ରାୟ ୧୫ ହଜାର କୋଟି କିଲୋମିଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.