ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ସେ ପରିବାର କଣ ବୁଝି ପାରିବେନି, ଜାଣନ୍ତୁ ଏଭଳି କହିଲେ ଜଣେ ବଡ଼ ନେତା

ଜଲାନ (ମହାରାଷ୍ଟ୍ର) : ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି । କହିଛନ୍ତି, ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି । ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?
କିଛି ଦିନ ତଳେ ଏକ ସଭାରେ ମୋଦି କହିଥିଲେ, ପାଓ୍ଵାର ଜୀ ଜଣେ ଭଲ ଲୋକ । ହେଲେ ତାଙ୍କ ପରିବାରରେ ସମସ୍ୟା ରହିଛି । ତାଙ୍କ ପୁତୁରା ଏବେ ପାଓ୍ଵାରଙ୍କୁ ଏକପାଖିଆ କରି ଏନ୍‌ସିପି ଦାୟିତ୍ୱ ନେଇ ଗଲାଣି । ପାଓ୍ଵାର ମଧ୍ୟ ଆଉ ନିର୍ବାଚନ ନଲଢ଼ି ରାଜ୍ୟସଭା ସାଂସଦ ଭାବେ ରହିବାକୁ ପସନ୍ଦ କଲେ । କାରଣ ସେ ଜାରଇ ପାରିଛନ୍ତି ଯେ ହାଓ୍ଵା କୁଆଡ଼େ ବହୁଛି ।

ତାରି ଉତ୍ତର ଦେଇ ପାଓ୍ଵାର କହିଛନ୍ତି, ମୋର ଏକମାତ୍ର ଝିଅ ଅଛି । ଯିଏକ, ବାହା ହୋଇ ସାରିଛି । ମୁଁ ମୋ ଝିଅ ଜ୍ୱାଇଁ ଏବଂ ପୁତରା ଆଦିଙ୍କ ସହ ଖୁସିରେ ଅଛି । ସେମାନେ ଆମ ସ୍ୱାମୀ ସ୍ତ୍ରୀଙ୍କୁ ଭେଟିବାକୁ ଆସୁଛନ୍ତି । ହେଲେ ମୋଦିଙ୍କର କିଏ ଅଛି ? ମୋ ପୁତୁରା ଏବେ ବନ ହୋଇଗଲାଣି ଓ ନିଜ ଦାୟିତ୍ୱ ନେବାକୁ ସମର୍ଥ । ମୋଦି ଅନ୍ୟ ପରିବାର ଭିତରେ କାହିଁକି ମୁଣ୍ଡ ପୂରାଉଛନ୍ତି ବୋଲି ପାଓ୍ଵାର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.