ଆରମ୍ଭ ହେଲା ଫେସବୁକର ନୂଆ ଫିଚର, ବ୍ୟାଟେରୀ ବଞ୍ଚାଇବା ସହ ଦେବ ଚାଟିଂର ନିଆରା ମଜା

ନୂଆଦିଲ୍ଲୀ : ଫେସବୁକ୍ ଆପ ଲଗାତାର ନିଜର ଅନେକ ଫିଚରର ପରିବର୍ତ୍ତନ କରୁଛି। କମ୍ପାନୀ ନିକଟରେ କିଛି ଗ୍ରାହକଙ୍କ ପାଇଁ ଡାର୍କମୋଡ ଫିଚରକୁ ରୋଲଆଉଟ କରିଛି। ଏହି ଫିଚର ଦ୍ବାରା ଫେସବୁକର ସମସ୍ତ ଗ୍ରାହକ ଚାଟିଂର ଏକ ଭିନ୍ନ ମଜା ନେଇପାରିବେ।

କିପରି କରିବେ ଏହାକୁ ଆକ୍ଟିଭେଟେଡ୍

ପ୍ରଥମେ ଏହି ଫିଚରକୁ ଆକ୍ଟିଭେଟ କରିବା ପାଇଁ ଗ୍ରାହକଙ୍କୁ ନିଜର କୌଣସି ମଧ୍ୟ ଏକ କଣ୍ଟାକ୍ଟକୁ ମୁନ ଇମୋଜି ପଠାଇବାକୁ ପଡିଥାଏ। ଏହାପରେ ଡାର୍କମୋଡ ଆକ୍ଟିଭେଟେଡ୍ ହେଲା ବୋଲି ଏକ ନୋଟିଫିକେସନ ଆସିଥାଏ। କିନ୍ତୁ ପରେ ଫିଚରକୁ ସମସ୍ତ କଣ୍ଟାକ୍ଟ ପାଇଁ ଆକ୍ଟିଭେଟ କରିବା ପାଇଁ କୌଣସି ମେସେଜ୍ ପଠାଇବାକୁ ପଡିବ ନାହିଁ।

facebook

ଆପଣ ଯଦି ଫେସବୁକ୍ ମେସେଞ୍ଜରରେ ଏହି ଡାର୍କ ମୋଡକୁ ଆକ୍ଟିଭେଟ କରିବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ନିଜ ପ୍ରୋଫାଇଲ ପିକଚରରେ କ୍ଳିକ୍ କରନ୍ତୁ। ଏହାପରେ ଆପଣଙ୍କୁ ସେଠାରେ ଡାର୍କ୍ ମୋଡର ଏକ ଟ୍ରାଙ୍ଗଲ ଦେଖାଯିବ। ଏବେ ଏହାକୁ ଅନ କରିବା ଦ୍ବାରା ଆପଣଙ୍କ ଫୋନ ଡାର୍କମୋଡରେ କର୍ଭଟ ହୋଇଯିବ।

FACEBOOK

ଡାର୍କ ମୋଡ କଣ

ଡାର୍କ ମୋଡ କେବଳ ଦେଖିବାକୁ ଭଲ ଥାଏ ତାହା ନୁହଁ । ଏହା ଆଖି ପାଇଁ ମଧ୍ୟ ଖୁବ ଭଲ। ବ୍ଳାକ ଡିସପ୍ଳେ ଥିବା କାରଣରୁ ସ୍ମାର୍ଟଫୋନର ବ୍ୟାଟେରୀ ମଧ୍ୟ ଅଧିକ ଶେଷ ହୋଇନଥାଏ। ଯଦି ଆପଣଙ୍କୁ ଏହି ଫିଚର ଆପଣଙ୍କୁ ଆପରେ ନଜର ଆସୁନାହିଁ ।ତେବେ ତୁରନ୍ତ ତାହାକୁ ଅପଡ଼େଟ କରି ଏହି ଫିଚରର ଫାଇଦା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.