Below header

ନାୟିକା ରେସରେ ଆଗରେ ଜାହ୍ନବୀ କପୁର, କହିଲେ ମହିଳା ନିଜକୁ ନେଇ ଗର୍ବ କରିବା ଆବଶ୍ୟକ

ପ୍ରତ୍ୟେକ ମହିଳାଙ୍କୁ ନିଜ ସୌନ୍ଦର‌୍ୟ୍ୟ ଉପରେ ଗର୍ବ କରିବା କଥା । ଏହାକୁ ନେଇ ଲାଜ କରିବା ଉଚିତ ନୁହେଁ ବୋଲି ଜାହ୍ନବୀ ଏକ ଇଭେଣ୍ଟ୍‌ରେ କହିଛନ୍ତି । ମହିଳାଙ୍କୁ କାହାକୁ ଫଲୋ କରିବାର ଆବଶ୍ୟକତା ନାହିଁ ବୋଲି ମଧ୍ୟ ଜାହ୍ନବୀ କହିଛନ୍ତି । ନିକଟରେ ଏକ ବିଉଟି ବ୍ରାଣ୍ଡର ଆମ୍ବାସଡର ହୋଇଛନ୍ତି ଜାହ୍ନବୀ ।

ଏହା ସହ ପଢ଼ନ୍ତୁ : ଅନୁଷ୍କା ଏକାଥରେ କିଣିଲେ ୩୫ଟି ଶାଢ଼ି 

ସେଥିପାଇଁ ଜାହ୍ନବୀ ନିଜକୁ ସମ୍ମାନିତ ଅନୁଭବ କରନ୍ତି । କରନ୍‌ ଜୋହରଙ୍କ ଫିଲ୍ମ ଧଡ଼କରୁ ବଲିଉଡରେ ଡେବ୍ୟୁ କରିଛନ୍ତି ଜାହ୍ନବୀ ।

janhvi

ଫିଲ୍ମରେ ତାଙ୍କ ଅପୋଜିଟରେ ଥିଲେ ଇଶାନ୍‌ ଖଟ୍ଟର । ଏବେ ଜାହ୍ନବୀ ହାତରେ ଅନେକ ଫିଲ୍ମ । କରନ୍‌ ଜୋହରଙ୍କ ଅପକମିଙ୍ଗ୍‌ ଫିଲ୍ମ ତକ୍ତରେ ଅଭିନୟ କରିବେ ଜାହ୍ନବୀ । ଏଥିରେ ଜାହ୍ନବୀଙ୍କ ବ୍ଯତୀତ କରୀନା କପୁର ଖାନ, ଆଲିଆ ଭଟ୍ଟ, ରଣବୀର ସିଂ, ଅନିଲ କପୁର ମଧ୍ୟ ଅଛନ୍ତି। ଏହି ଫିଲ୍ମକୁ ନେଇ ଜାହ୍ନବୀ ବହୁତ ଉତ୍ସାହିତ ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.