Below header

ଫ୍ୟାନ୍ସଙ୍କ ଉପରେ ଚିଲ୍ଲାଇଲେ ଜୟା ବଚ୍ଚନ , କହିଲେ ‘ୟେ ଇଧର ଆୟୋ……ତମିଜ ସିଖୋ’

ଆକ୍ଟ୍ରେସ୍ ଜୟା ବଚ୍ଚନଙ୍କ ଏକ ଭିଡିଓ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି । ଭିଡିଓରେ ଜୟା ବଚ୍ଚନ ବହୁତ ରାଗି ଯାଇଥିବା ନଜର ଆସୁଛନ୍ତି । କଥାଟି ହେଉଛି କି, ଜୟା ବଚ୍ଚନ୍ କରଣ ଜୋହରଙ୍କ ମା’ ହିରୋ ଜୋହରଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହେବା ପାଇଁ ଯାଇଥିଲେ । ଏହି ସମୟରେ ଯେତେବେଳେ ସେ ପାର୍ଟି ସାରି ବାହାରକୁ ବାହାରିଥିଲେ ଏବଂ ନିଜ ଗାଡିକୁ ଏପଟ ସେପଟ କରି ଦେଖିଥିଲେ ସେହି ସମୟରେ ବାହାରେ ଛିଡା ହୋଇଥିବା ଫଟୋଗ୍ରାଫରମାନେ ତାଙ୍କ ପଟୋ ଉଠାଇବାକୁ ଲାଗିଥିଲେ। ସେଠାରେ ବହୁତ ଫ୍ୟାନ୍ସ ମଧ୍ୟ ଛିଡାହୋଇଥିଲେ ।

ତେବେ ଜଣେ ଫ୍ୟାନ୍ସ ତାଙ୍କ ନିକଟକୁ ଚାଲିଆସି ଫୋନରେ ଫଟୋ ଉଠାଇଥିଲେ । ଯାହା ଜୟାଙ୍କୁ ଜମାରୁ ପସନ୍ଦ ଆସିନଥିଲା । ବିନା ଅନୁମତିରେ ଜୟାଙ୍କ ବହୁ ନିକଟକୁ ଆସି ଫଟୋ ଉଠାଉଥିବା ଫ୍ୟାନ୍ସକୁ ନୋଟିସ୍ କରିବା ସହିତ ଉକ୍ତ ଫ୍ୟାନ୍ସ ଜଣଙ୍କୁ ପାଖକୁ ଡାକିଥିଲେ । କହିଥିଲେ ଇଧର ଆୟୋ……ତମିଜ ସିଖୋ…..। ଏହାପରେ ଜୟା ଫ୍ୟାନ୍ସ ଜଣଙ୍କୁ ଭିଷଣ ଶୋଧିବା ସହିତ କିପରି ବିନା ଅନୁମତିରେ ତାଙ୍କ ଫଟୋ ଉଠାଇଲେ ବୋଲି କହି ଗାଳି କହିଥିଲେ ।

ଦେଖନ୍ତୁ ଏହି ଭିଡିଓ :

 

View this post on Instagram

 

#jayabachchan at #hiroojohar birthday lunch @viralbhayani

A post shared by Viral Bhayani (@viralbhayani) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.