ଗୋ-ମାତାଙ୍କୁ ପୂଜା କଲେ ଦୂର ହୋଇଥାଏ ଗ୍ରହ ଏବଂ ବାସ୍ତୁ ଦୋଷ , ଜାଣନ୍ତୁ କେମିତି

ସନାତନ ପରମ୍ପରାରେ ଗାଈ, ଗଙ୍ଗା ଏବଂ ଗାୟତ୍ରୀଙ୍କର ଅନେକ ଧାର୍ମିକ ମହତ୍ବ ରହିଛି। ଧର୍ମଶାସ୍ତ୍ର ଅନୁଯାୟୀ ଗୋ-ମାତାଙ୍କ ଶରୀରରେ ୩୩ କୋଟି ଦେବା-ଦେବୀ ରହିଥାନ୍ତି। ଗୋ-ମାତାଙ୍କ ସେବା ବା ପୂଜା କରୁଥିବା ଲୋକମାନଙ୍କ ଉପରେ ଦେବା-ଦେବୀଙ୍କ କୃପା ରହିଥାଏ। ଗୋ-ସେବା କରିବା ଦ୍ବାରା କେବଳ ଏ ଜନ୍ମର ଦୋଷ ନୁହେଁ ପୂର୍ବ ଜନ୍ମର ଦୋଷ ମଧ୍ୟ ଦୂର ହୋଇଯାଇଥାଏ।

. ପ୍ରତ୍ୟେକ ଦିନ ଆପଣ ଘରେ ଖାଦ୍ୟ ପ୍ରସ୍ତୁତ କରି ଭୋଜନ କରିବା ସମୟରେ ପ୍ରଥମେ ଗୋ-ମାତାଙ୍କୁ ଭୋଜନ କରାଇ ପରେ ନିଜେ ସେବନ କରନ୍ତୁ। ଯଦି ସମ୍ଭବ ହୁ୍ଏ ତେବେ କଳା ଗାଈଙ୍କୁ ସେବନ କରାନ୍ତୁ, ନଚେତ ଧଳା ଗାଈଙ୍କୁ ମଧ୍ୟ ସେବନ କରିପାରିବେ।

. ପ୍ରତ୍ୟେକ ପୂଜା ଏବଂ ମାଙ୍ଗଳିକ କାର୍ଯ୍ୟରେ ଗୋ-ମାତାଙ୍କ ସହ ଜଡ଼ିତ ଥିବା କିଛି ଜିନିଷ, ଯେପରି ଗୋ-ମାତାଙ୍କ ଗୋବର, ଗୋମୂତ୍ର,  ଗାଈ କ୍ଷୀର କିମ୍ବା ଘିଅ ନିଶ୍ଚିନ୍ତ ବ୍ୟବହାର କରନ୍ତୁ।

cow food. ସନାତନ ପରାମ୍ପରା ଅନୁଯାୟୀ ଯେଉଁ ଘରେ ଗୋ-ମାତା ରହିଥାନ୍ତି, ସେହି ଘର ସହ ଜଡ଼ିତ ଥିବା ସମସ୍ତ ବାସ୍ତୁ ଦୋଷ ସ୍ବତଃ ସମାପ୍ତ ହୋଇଯାଇଥାଏ।

. ପୂଜା କାର୍ଯ୍ୟରେ ଗାଈଙ୍କ ଠାରୁ ପ୍ରାପ୍ତ ହୋଇଥିବା ପଞ୍ଚଗବ୍ୟ ଯୁକ୍ତ ପଦାର୍ଥ ନିଶ୍ଚିନ୍ତ ବ୍ୟବହାର କରନ୍ତୁ, କାରଣ ପଞ୍ଚଗବ୍ୟ ବିନା କୌଣସି ପୂଜା-ପାଠ ବା ଯଜ୍ଞ କାର୍ଯ୍ୟ ସଫଳ ହୋଇନଥାଏ।

. ଗୋ-ମାତାଙ୍କ ଆଶୀର୍ବାଦ ପାଇବା ପାଇଁ ଆପଣ ପ୍ରତିଦିନ, ସପ୍ତାହ ବା ମାସରେ ଗୋଟେ ଥର ପରିବାର ସଦସ୍ୟଙ୍କ ସହିତ ଗୋ-ଶାଳା ଯାଇ ଗାଈମାନଙ୍କୁ ଘାସ ଖୁଆନ୍ତୁ।

. ଗୋ-ମାତାଙ୍କ ସେବା କରିବା ଦ୍ବାରା ନଅଟି ଗ୍ରହ ଶାନ୍ତି ହୋଇଥାନ୍ତି ଏବଂ ତାଙ୍କ ସହ ଜଡ଼ିତ ଥିବା ସମସ୍ତ ଗ୍ରହ ଦୋଷ ଦୂର ହୋଇଯାଇଥାଏ।

gosala. ଗରମ ସମୟରେ ଗୋ-ମାତାଙ୍କୁ ପାଣି ପିଆନ୍ତୁ ଏବଂ ଥଣ୍ଡା ସମୟରେ ଗୁଡ଼ ସେବନ କରାନ୍ତୁ। ଗରମ ସମୟରେ କେବେବି ଗାଈଙ୍କୁ ଗୁଡ଼ ଖୁଆନ୍ତୁ ନାହିଁ।

. ଅନେକ ଦେବୀ-ଦେବତାମାନେ ନିଜ ବାହାନ ରୂପେ ଧାରଣ କରିଥିବା ଗୋ-ମାତାଙ୍କ ସହିତ କିଛି ଶୁଭ ଓ ଅଶୁଭ ସଂକେତ ମଧ୍ୟ ରହିଥାଏ। କ୍ଷୀର ଦୁହିଁବା ସମୟରେ ଯଦି ଗାଈ ଗୋଇଠା ମାରିଥାଏ ଏବଂ କ୍ଷୀର ସବୁ ତଳେ ପଡ଼ିଯାଇଥାଏ, ତେବେ ଏହା ଅଶୁଭ ହୋଇଥାଏ।

. କୌଣସି ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଗାଈ ଯଦି ତାର ବାଛୁରୀକୁ କ୍ଷୀର ଦେଉଥିବା ଅବସ୍ଥାରେ ସାମ୍ନାକୁ ଚାଲି ଆସିଥାଏ, ତେବେ ନିଶ୍ଚିନ୍ତ ରୂପେ ଯାତ୍ରା କରୁଥିବା ବ୍ୟକ୍ତିଙ୍କର ଯାତ୍ରା ସଫଳ ହେବା ସହ କାମ ସମ୍ପୂର୍ଣ୍ଣ ହୋଇଥାଏ। ଯାତ୍ରା କରିବା ସମୟରେ ଗାଈର ଶଦ୍ଦ ଶୁଣିଲେ ଏବଂ ରାତି ସମୟରେ ଗାଈର ହୁଂକାର ଶଦ୍ଦ ଶୁଣିବା ଶୁଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.