Below header

 ଏକ୍ସ ବଏଫ୍ରେଣ୍ଡକୁ କିସ୍ ପରେ ସ୍ବାମୀଙ୍କ ଗୀତରେ କଲେ ଡ୍ୟାନ୍ସ , ସୋସିଆଲ ମିଡିଆରେ ଭାଇରାଲ ଦୀପିକା-ରଣବୀର

ମୁମ୍ବାଇ : ବଲିଉଡ଼ ଅଭିନେତା ରଣବୀର କପୁର ଏବଂ ଦୀପିକା ପାଦୁକୋଣଙ୍କ ବହୁ ବର୍ଷ ପୂର୍ବେ ବ୍ରେକଅପ୍ ହୋଇଯାଇଥିଲା। ଏବେ ଦୁହେଁ ନିଜସ୍ବ ଜୀବନରେ ଖୁବ୍ ଆଗକୁ ବଢ଼ିସାରିଛନ୍ତି। ଏପରିକି ଦୀପିକା ବଲିଉଡ ଅଭିନେତା ରଣବୀର ସିଂଙ୍କୁ ନିଜ ଜୀବନସାଥି ଭାବେ ମଧ୍ୟ ପସନ୍ଦ କରିସାରିଛନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ଦୀପିକା ରଣବୀର କପୁରଙ୍କୁ କିସ୍ କରୁଥିବା ଦେଖାଯାଇଛି।

ranbir deepika

ସୂଚନା ଅନୁଯାୟୀ, ସୋମବାର ରାତିରେ ଦୁହିଁଙ୍କୁ ଏକା ସାଥିରେ ଦେଖିବାକୁ ମିଳିଥିଲା। ଦୁହେଁ ଏକ ବ୍ରାଣ୍ଡର ଲଞ୍ଚିଂ ପାର୍ଟିରେ ପହଞ୍ଚିଥିଲେ। ଭାଇରାଲ ଫଟୋରେ ଉଦ୍ଭୟ ପିଙ୍କ୍ ରଙ୍ଗର ପୋଷାକ ପରିଧାନ କରିଥିବା ନଜର ଆସିଛି। ଦୁହେଁ ଇଭେଣ୍ଟରୁ ବାହାରିବା ସମୟରେ ଖୁବ୍ ଅନ୍ତରଙ୍ଗ ବନ୍ଧୁ ଭାବେ ଗାଲରେ କିସ୍ କରି ସେଠାରୁ ବାହାରିଥିଲେ। ଏହାପରେ ସେହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।

ranbir and deepika

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ଇଭେଣ୍ଟର ଏକ ଡ଼୍ୟାନ୍ସ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ ଦୀପିକା ଏବଂ ରଣବୀର ନିକଟରେ ଆସିଥିବା ରଣବୀର ସିଂଙ୍କ ଗୀତ ଆଖଁ ମାରେରେ ନାଚୁଥିବା ନଜର ଆସିଥିଲେ। ଫ୍ୟାନ୍ସଙ୍କୁ ମଧ୍ୟ ଦୁହିଁଙ୍କର ଏତେ ଦିନ ପରେ ଏକାଠି ନଜର ଆସିବା ବହୁତ ପସନ୍ଦ ଆସିଛି। କିଛି ଫ୍ୟାନ୍ସ ତ ଦୀପିକା ଏବଂ ରଣବୀରଙ୍କୁ ଏକାଠି ରହିବାକୁ ମଧ୍ୟ କହିଛନ୍ତି।

 

View this post on Instagram

 

#deepikapadukone and #ranbirkapoor snapped post their shoot for a brand. They still keep a very cordial friendly relations. 👍

A post shared by Viral Bhayani (@viralbhayani) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.