Below header

ହନୁମାନ ଚାଳିଶା ପାଠ ସମୟରେ ଏହି ନିୟମ ଉପରେ ରଖନ୍ତୁ ଧ୍ୟାନ

ହନୁମାନ ଦେବ ମନୁଷ୍ୟର ସମସ୍ତ କାମକୁ ସହଜରେ ସଫଳ କରିଥାନ୍ତି। ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ହନୁମାନ ଚାଳିଶା ପାଠ କରାଯାଇଥାଏ ଏବଂ ହନୁମାନଙ୍କୁ ନାଲି ରଙ୍ଗର ବସ୍ତ୍ର ଅର୍ପଣ କରାଯାଇଥାଏ। ଅଧିକାଂଶ ଲୋକମାନେ ହନୁମାନଙ୍କୁ ଖୁସି କରିବା ପାଇଁ ଏବଂ ତାଙ୍କର କୃପା ପାଇବା ପାଇଁ ହନୁମାନ ଚାଳିଶା ପାଠ କରିଥାନ୍ତି। ଶାସ୍ତ୍ରମତ ଅନୁସାରେ ଯେଉଁ ଭକ୍ତ ବିଧି ପୂର୍ବକ ହନୁମାନ ଚାଳିଶା ପାଠ କରିଥାନ୍ତି, ତାଙ୍କର ସବୁ ଅସୁବିଧା ଭଗବାନ ଜଲଦି ଦୂର କରିଥାନ୍ତି। ଜାଣନ୍ତୁ ହନୁମାନ ଚାଳିଶା ପାଠ କରିବା ସମୟରେ କେଉଁ ଦିଗ ପ୍ରତି ସାବଧାନ ରହିବା ଉଚିତ।

lord hanumanପ୍ରତ୍ୟେକ ଦିନ ପୂଜା-ପାଠରେ ହନୁମାନ ଚାଳିଶାର ଅନେକ ମହତ୍ବ ରହିଥାଏ। ହନୁମାନ ଚାଳିଶା ପାଠ କରିବା ଦ୍ବାରା ରାମ ଭକ୍ତ ଦେବହନୁମାନ ଜଲଦି ପ୍ରସନ୍ନ ହୋଇଥାନ୍ତି। ଏହା ସହିତ ହନୁମାନ ଚାଳିଶା ପାଠ କରିବା ଦ୍ବାରା ପ୍ରତ୍ୟେକ କଷ୍ଟ କାମ ସହଜ ହୋଇଥାଏ। କୁହାଯାଇଥାଏ ହନୁମାନ ଚାଳିଶାର ୪୦ତମ ପଂକ୍ତି କୌଣସି ପ୍ରକାର କାମକୁ ସଫଳ କରିବାରେ ସାହାଯ୍ୟ କରିଥାଏ। ଏହି କାରଣରୁ ବିଧି ପୂର୍ବକ ହନୁମାନ ଚାଳିଶା ପାଠ କରୁଥିବା ବ୍ୟକ୍ତିଙ୍କ ଜୀବନ ସୁଖମୟ ହୋଇଥାଏ। ଏହା ସହିତ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇଥାଏ।

hanuman.chalisaସକାଳୁ ଜଲଦି ଉଠି ସ୍ନାନ ସାରି ସଫା ବସ୍ତ୍ର ପରିଧାନ କରି ହନୁମାନ ଚାଳିଶା ପାଠ କରନ୍ତୁ। ହନୁମାନ ଚାଳିଶା ପୂର୍ବ ଏବଂ ଦକ୍ଷିଣ ଦିଗକୁ ମୁହଁ କରି ନାଲି ଆସନ ଉପରେ ବସି ପାଠ କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ହନୁମାନଙ୍କ ପ୍ରତିମାକୁ ପୂର୍ବ ବା ଦକ୍ଷିଣ ଦିଗରେ ନାଲି ବସ୍ତ୍ର ପରିଧାନ କରି ରଖିବା ଉଚିତ। ଏହା ପରେ ଘିଅ ବା ତେଲ ଦୀପ ଲଗାଇ ଆଳତି କରନ୍ତୁ। ସେହି ସ୍ଥାନରେ ତମ୍ବାର ଏକ ପାତ୍ରରେ ଜଳ ପୂର୍ଣ୍ଣ କରି ରଖନ୍ତୁ।

hanuman with ramaଏହାପରେ ହନୁମାନଙ୍କ ପ୍ରତିମା ସମ୍ମୁଖରେ ୩ଥର ହନୁମାନ ଚାଳିଶା ପାଠ କରନ୍ତୁ। ଗୁଡ଼ କିମ୍ବା ବୁନ୍ଦି ଲଡୁ ଭଗବାନଙ୍କ ପାଖରେ ପ୍ରସାଦ ରୂପେ ଭୋଗ ଲଗାନ୍ତୁ। ଏପରି ୧୧ଟି ମଙ୍ଗଳବାର କରିବା ଦ୍ବାରା ହନୁମାନ ଦେବଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ। ସର୍ବଦା ହନୁମାନ ଚାଳିଶା ପାଠ କରିବା ସମୟରେ ନାଲି, ଗୋଲାପି ବା ଧଳା ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ। ଏହା ବ୍ୟତୀତ ହନୁମାନ ଚାଳିଶା ପାଠ ସମୟରେ ଆମିଷ, ମଦ୍ୟ ପାନ ଏବଂ ବାରଣ କରାଯାଇଥିବା ଅନ୍ୟ ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ। ଏହା ସହିତ ମନରେ ପୁରା ଶ୍ରଦ୍ଧା ଏବଂ ବିଶ୍ବାସ ରଖିବା ଉଚିତ। ଏହିପରି ହନୁମାନ ଚାଳିଶା ପାଠ କରିବା ସମୟରେ ଯଦି ଆପଣମାନେ ସାବଧାନତା ଅବଲମ୍ବନ କରିଥାନ୍ତି, ତେବେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.