Below header

କାଜଲ ଅଗ୍ରୱାଲ କାରୋନା ମୁକାବିଲା ପାଇଁ ବଢାଇଲେ ସାହାଯ୍ୟର ହାତ, ପିଏମ କେୟାର ଫଣ୍ଡକୁ ଦାନ କରିବା ସହିତ କରୁଛନ୍ତି ଏହି ମହାନ କାମ

କରୋନାର ପ୍ରକୋପକୁ ରୋକିବା ପାଇଁ ସବୁ କଳାକାରମାନେ ମଧ୍ୟ ଲଗାତର ଯୋଗଦାନ ଦେଇ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ଲିଷ୍ଟରେ ଏବେ ସାଉଥ ସୁପରଷ୍ଟାର କାଜଲ ଅଗ୍ରୱାଲଙ୍କ ନାମ ଯୋଡି ହୋଇଯାଇଛି। ଏହି ଅଭିନେତ୍ରୀ ପିଏମ କେୟାର ଫଣ୍ଡରେ ଯୋଗଦାନ କରିବା ସହିତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ମଧ୍ୟ ଯୋଗଦାନ କରିଛନ୍ତି। ଏହାସହିତ ସେ ନିଜ ଅଞ୍ଚଳରେ ଥିବା ଜୀବ ଜନ୍ତୁକୁ ମଧ୍ୟ ଖାଦ୍ୟ ଖୁଆଇବା ଦାଇତ୍ୱ ଉଠାଇଛନ୍ତି। ଏହାର ସୂଚନା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଟ୍ରାକର ରମେଶ ବାଲା ଦେଇଛନ୍ତି।


କାଜଲ ଅଗ୍ରୱାଲ କାରୋନା ମୁକାବିଲା ପାଇଁ ୨ ଲକ୍ଷ ଫିଲ୍ମ ଫେଡରେସନ ଅଫ ସାଉଥ ଇଣ୍ଡିଆ, ୨ ଲକ୍ଷ ଟଲିଉଡ଼ରେ, ଏକ ଲକ୍ଷ ପିଏମ କେୟାର ଫଣ୍ଡରେ ଏବଂ ଏକ ଲକ୍ଷ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇଛନ୍ତି। ଏହାବ୍ୟତୀତ ଅଭିନେତ୍ରୀ ମୁମ୍ବାଇରେ ବୁଲା କୁକୁରଙ୍କୁ ମଧ୍ୟ ଖାଦ୍ୟ ଖୁଆଇବା ପାଇଁ petaକୁ ସାହାଯ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.