୧୮ ଘଣ୍ଟାରେ ୨୫ ଲକ୍ଷଙ୍କ ହୃଦ୍‌ ସ୍ପନ୍ଦନକୁ ବଢାଇଲେ ନୋରା, କଲେ ଏମିତି କାମ

ନିଜର ଧମାକାଦାର ଡ୍ୟାନ୍ସ ପାଇଁ ବଲିଉଡରେ ବେଶ୍‌ ଜଣାଶୁଣା ଅଭିନେତ୍ରୀ ନୋରା ଫତେହୀ। ଏମିତିରେ ଦର୍ଶକଙ୍କୁ ନିଜ ଡ୍ୟାନ୍ସରେ ମତୁଆଲା କରୁଥିବା ନୋରା ପୁଣି ଥରେ ଏକ ଖାସ୍‌ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି। ଏହାକୁ ସେୟାର କରିବା ପରେ ୨୫ ଲକ୍ଷଙ୍କ ଫ୍ୟାନ ପାଗଳ ହୋଇଯାଇଛନ୍ତି। ସବୁବେଳେ ନୋରା ନିଜର ଡ୍ୟାନ୍ସକୁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି, କିନ୍ତୁ ୧୮ ଘଣ୍ଟା ତଳେ ସେୟାର କରିଥିବା ଭିଡିଓରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ପସନ୍ଦ କରିଛନ୍ତି। ନୋରାଙ୍କ ଏହି ଭିଡିଓ ଗାୟିକା ଶକିରାଙ୍କ ଡ୍ୟାନ୍ସକୁ ମଧ୍ୟ ମାତ୍‌ ଦେବ।


ଏକ ଭିଡିଓ ସେୟାର କରି ନ୍ୟୁଜିଲାଣ୍ଡର ଜଣାଶୁଣା କୋରିଓଗ୍ରାଫର ପ୍ୟାରିସ ଗୋଇବେଲ ଟ୍ୟାଗ କରିଛନ୍ତି। ସେ ନୋରାଙ୍କ ଡ୍ୟାନରେ ଫିଦା ହୋଇଛନ୍ତି। ସବୁବେଳେ ନିଜ ଡ୍ୟାନ୍ସର ଝଲକ ଦେଖାଇବା ପାଇଁ ନୋରା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ତାଙ୍କର ଲାଟେଷ୍ଟ ଭିଡିଓ ଇଣ୍ଟରନେଟରେ ଧମାକା କରୁଛି। ସୂଚନାଯୋଗ୍ୟ, ନିକଟରେ ନୋରାଙ୍କ ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.