Below header

ଉଦ୍ଧବ ସରକାରଙ୍କ ଉପରେ ପୁଣି ବର୍ଷିଲେ କଙ୍ଗନା ରାଣାଓ୍ଵତ୍‌, କହିଲେ‘ଗୁଣ୍ଡା ବାର-ରେସ୍ତୋରାଁ ଖୋଲିଲେ କିନ୍ତୁ ମନ୍ଦିର ନୁହେଁ’

ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ପୁଣିଥରେ ନିଜ ବିନ୍ଦାସ୍‌ ଅନ୍ଦାଜ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। କଙ୍ଗନା ସବୁବେଳେ ନିଜ ଟ୍ଵିଟ୍‌ ମାଧ୍ୟମରେ ବଲିଉଡ୍‌ ଓ ଶିବସେନାକୁ ଟାର୍ଗେଟ କରିଥାନ୍ତି। ନିକଟରେ ମୁମ୍ବାଇରେ ଗ୍ରୀଡ୍‌ ଫେଲ ହେବା ପରେ କଙ୍ଗନା ରାଜ୍ୟ ସରକାର ଶିବସେନାକୁ ଘେରିଥିଲେ। ତେବେ ବର୍ତ୍ତମାନ ପୁଣିଥରେ ଶିବସେନାର ଉଦ୍ଧବ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରିଛନ୍ତି କଙ୍ଗନା ରାଣାଓ୍ଵତ୍‌।

ଏଥରକ କଙ୍ଗନା ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳକୁ ନେଇ ଉଠିଥିବା ବିବାଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ ଉଦ୍ଧବ ସରକାରକୁ ଗୁଣ୍ଡା ସରକାର କହିଛନ୍ତି। ଧାର୍ମିକସ୍ଥଳର ବିବାଦରେ କଙ୍ଗନା ଟ୍ଵିଟ୍‌ କରି ଲେଖିଛନ୍ତି ‘ଶୁଣି ଖୁସି ଲାଗିଲା ଯେ ଗୁଣ୍ଡା ସରକାରଙ୍କୁ ଆମ ରାଜ୍ୟପାଳ ପ୍ରଶ୍ନ କରିଛନ୍ତି। ଗୁଣ୍ଡା ବାର-ରେସ୍ତୋରାଁ ଖୋଲିଦେଇଛନ୍ତି ଓ ଚାଲାକି କରି ମନ୍ଦିର ବନ୍ଦ ରଖିଛନ୍ତି’। ଏଥିସହ ସେ ହ୍ୟାସଟ୍ୟାଗ୍‌ ଗଭର୍ଣ୍ଣର ଲଗାଇଛନ୍ତି।

ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରରେ ଧାର୍ମିକସ୍ଥଳ ଖୋଲିବାକୁ ନେଇ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖିଛନ୍ତି। ସେ କରୋନା କାଳରେ ପୂଜାର୍ଚ୍ଚଳା ସ୍ଥଳ ଖୋଲିବାକୁ ନେଇ ପ୍ରଶ୍ନ କରିଛନ୍ତି। ଏହି ଚିଠିରେ ଲେଖାଅଛି ମୁଁ ଭାବୁଛି କ’ଣ ଆପଣଙ୍କୁ କିଛି ଦିବ୍ୟ ସୂଚନା ମିଳିଛି ଯେ ଆପଣ ପୂଜାସ୍ଥଳି ଖୋଲିବାକୁ ଲଗାତାର ଘୁଞ୍ଚାଇ ଚାଲିଛନ୍ତି। ଏବେ ଆପଣ ନିଜେ ସେକ୍ୟୁଲର ବନିଯାଇଛନ୍ତି, ଯେଉଁ ଶବ୍ଦକୁ ଦିନେ ଘୃଣା କରୁଥିଲେ।

ପ୍ରକାଶ ଯେ ଗତ କିଛି ଦିନ ଧରି କଙ୍ଗନା ଓ ଶିବସେନା ମଧ୍ୟରେ କଥା କଟାକଟି ଜାରି ରହିଛି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କରି କଙ୍ଗନା ଶିବସେନାଙ୍କୁ ଦୋଷୀ କହିଥିଲେ। ଏହା ପରଠାରୁ ଶିବସେନା ମଧ୍ୟ କଙ୍ଗନାଙ୍କୁ ବିରୋଧ କରିଆସୁଛି। ଏମିତି କି ମୁମ୍ବାଇରେ ଥିବା କଙ୍ଗନାଙ୍କ ଅଫିସକୁ ମଧ୍ୟ ବିଏମ୍‌ସି ତରଫରୁ ଭାଙ୍ଗି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.