Below header

ମୁହଁ ଖୋଲିଲେ କଙ୍ଗନା, କହିଲେ-‘କ୍ୱାନ୍‌ର ମାଲିକ ଅନିର୍ବାଣ ଜଣେ ଝିଅକୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ମାମଲାକୁ ଚପାଇ ଦିଆଯାଇଛି’

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଲଗାତାର ଇଣ୍ଡଷ୍ଟ୍ରୀର ଗୁମର ଖୋଲିବାରେ ଲାଗିଛି। ସୁଶାନ୍ତ ମାମଲାରୁ ଆରମ୍ଭ ହୋଇଥିବା ତଦନ୍ତ ଇଣ୍ଡଷ୍ଟ୍ରୀର ଡ୍ରଗ୍‌ ଦୁନିଆ ଯାଏଁ ପହଞ୍ଚି ସାରିଲାଣି। ଏହି କେସ୍‌ରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଅନ୍ୟପଟେ ନିକଟରେ ହୋଇଥିବା ଖୁଲାସାରେ ଦୀପିକା ପାଦୁକୋନ୍‌ ଓ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି କ୍ୱାନ୍‌ ସହ ସଲମାନ୍‌ ଖାନ୍‌ଙ୍କ ନାଁ ବି ଯୋଡ଼ି ହୋଇଛି।

anirban

ଇତିମଧ୍ୟରେ ଡ୍ରଗ୍ସ ମାମଲାରେ କହୁଥିବା କଙ୍ଗନା ରାଣାଓ୍ଵତ କ୍ୱାନ୍‌ର କୋ-ଓନର ଅନିର୍ବାଣ ବ୍ଲାହଙ୍କୁ ନେଇ ଟ୍ଵିଟ୍‌ କରିଛନ୍ତି। କଙ୍ଗନା ଅନିର୍ବାଣଙ୍କ ଉପରେ ଏକ ଝିଅକୁ ବଳାତ୍କାର କରିଥିବା ନେଇ ଆରୋପ ଲଗାଇଛନ୍ତି। କଙ୍ଗନା ଟ୍ଵିଟ୍‌ କରି କହିଛନ୍ତି ‘କ୍ୱାନ୍‌ର କୋ-ଓନର ଅନିର୍ବାଣ ବ୍ଲାହଙ୍କ ଉପରେ ଅନେକ ଝିଅଙ୍କୁ ବଳାତ୍କାର କରିଥିବା ନେଇ ଆରୋପ ଲାଗିଛି। ସେମାନଙ୍କ ମଧ୍ୟରୁ ଜଣେ ଝିଅ ନିଜ ମା’ଙ୍କ ସହ ତାଙ୍କୁ ଭେଟିବାକୁ ଯାଇଥିଲେ। ସେ ତାଙ୍କ ମା’ଙ୍କୁ ବାହାରେ ବସାଇ ଉକ୍ତ ଝିଅକୁ ରେପ୍‌ କରିବାକୁ ଚେଷ୍ଟା କରିଥିଲେ। ମା’ ତାଙ୍କ ବିରୋଧରେ କେସ୍‌ ରୁଜୁ କରିଥିଲେ। କିନ୍ତୁ ଏହି କେସ୍‌କୁ ମିଡିଆ ଚାପି ଦେଇଥିଲା ଓ ସବୁକିଛି ଅଚାନକ ଗାୟବ ହୋଇଗଲା’।

ସୂଚନାଯୋଗ୍ୟ ଯେ ଦୁଇ ବର୍ଷ ପୂର୍ବରୁ ୨୦୧୮ରେ ଅନିର୍ବାଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ତାଙ୍କୁ ନିଜ ପଦରୁ ହଟିବାକୁ କୁହାଯାଇଥିଲା। ଏହି ଘଟଣା ପରେ ବାଶୀସ୍ଥିତ ପୁରୁଣା ବ୍ରିଜ୍‌ ପାଖରେ ଅନିର୍ବାଣ ସୁଇସାଇଡ୍‌ କରିବାକୁ ବି ଉଦ୍ୟମ କରିଥିଲେ। କିନ୍ତୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ବଞ୍ଚାଇ ଦେଇଥିଲା। ତେବେ ୪ ଜଣ ଝିଅ ତାଙ୍କ ବିରୋଧରେ ମି’ଠୁ ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.