ଖୁବଶୀଘ୍ର ଆସୁଛି ଆମାଜନର ନୂଆ ଫାୟାର ଟିଭିଷ୍ଟିକ ଲାଇଟ୍‌ ରିମୋଟ, ଫଟୋ ଲିକ୍‌

Winfuture ପକ୍ଷରୁ ନୂଆ ଲୋ କଷ୍ଟ ଫାୟର ଟିଭି ଷ୍ଟିକ ର ଏକ ଫଟୋ ଲିକ୍‌ ହୋଇଛି। ଯାହାକୁ ଆମାଜନ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି। ଏହି ରିପୋର୍ଟରେ ନୂଆ ଡିଭାଇସ ବିଷୟରେ କୌଣସି ପ୍ରକାର ବିବରଣୀ ଜଣାପଡିନାହିଁ। କିନ୍ତୁ ‘ଫାୟର ଟିଭି ଷ୍ଟିକ୍‌ ଲାଇଟ’ ଆମାଜାନର ବର୍ତ୍ତମାନ ଫାୟାର ଟିଭି ଷ୍ଟିକ 4K ପାଇଁ ଏକ ନୂଆ ମୂଲ୍ୟର ବିକଳ୍ପ ହୋଇପାରେ। ଆମାଜନ ପକ୍ଷରୁ ସେକେଣ୍ଡ ଜେନେରେସନର ଫାୟର ଷ୍ଟିକ୍‌ ଅପଡେଟ୍‌ ଆଲେକ୍ସା ରିମୋଟ ସହିତ ବିଲ୍ଟ ଇନIR ବ୍ଲାଷ୍ଟର ମଧ୍ୟ ସାମିଲ ରହିଛି।

fire stick

ଫାୟାର ଟିଭି ଷ୍ଟିକ ଲାଇଟ ଅନ୍ୟ ଫାୟାର ଟିଭି ଷ୍ଟିକ ସହିତ ସମାନ। କିନ୍ତୁ ଏହାର ନୂଆ ରିମୋଟ ଭଲ୍ୟୁମ ଏବଂ ଟିଭି ପାଓ୍ଵର ବଟନକୁ ହଟାଇଦେଇ ଏହା ସ୍ଥାନରେ ଗୋଟେ ‘ଟିଭି ବଟନ’ ଯୋଡିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଆମାଜନ ନିଜ ଷ୍ଟ୍ରିମିଂ ଉପକରଣରେ ପ୍ରସ୍ତାବ ପ୍ରୋଗ୍ରାମିଂ କରିବା ପାଇଁ ଟିଭି ନେଟଓ୍ଵାର୍କ ସହିତ କାମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.