Below header

ସିଦ୍ଧୁଙ୍କ ନାଁ ନେଇ ଚିଡ଼ାଉଥିବା ବେଳେ କପିଲ୍‌ ଓ ଟିମ୍‌କୁ ଏମିତି ରିଆକ୍ସନ୍‌ ଦେଲେ ଅର୍ଚ୍ଚନା,ଦେଖନ୍ତୁ ଭିଡ଼ିଓ

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ ‘‘ଦ କପିଲ ଶର୍ମା ଶୋ’’ଏବେ ଭାରତର ସବୁଠାରୁ ଲୋକପ୍ରିୟ କମେଡ଼ି ଶୋ ଭାବେ ପରିଗଣିତ ହେଉଛି। ଏବେ ଏହି ଶୋ’ରେ ଅର୍ଚ୍ଚନା ପୁରନ ସିଂହଙ୍କୁ ଜଜ୍‌ ଭାବେ ଦେଖିବାକୁ ମିଳୁଛି। ତେବେ ଶୋରେ କପିଲ ଓ ତାଙ୍କ ପୂରା ଟିମ୍‌ ଅର୍ଚ୍ଚନାଙ୍କ ପଛରେ ପଡ଼ିଯାଇଛନ୍ତି। କପିଲ ଶର୍ମା, କ୍ରିଷ୍ଣା ଅଭିଷେକ, କିକୁ ଶାରଦା ଓ ଅନ୍ୟ କମେଡି ଆଟିଷ୍ଟ ଅର୍ଚ୍ଚନାଙ୍କୁ ଚିଡ଼ାଇବାକୁ କୌଣସି ମଉକା ହାତଛଡ଼ା କରୁନାହାନ୍ତି। ପୂର୍ବତନ ଜଜ୍‌ ନବଜୋତ ସିଂହ ସିଦ୍ଧୁଙ୍କ ନାଁ ନେଇ ସେମାନେ ଅର୍ଚ୍ଚନାଙ୍କୁ ଚିଡ଼ାଉଥିବା ଦେଖିବାକୁ ମିଳୁଛି।

 

 

View this post on Instagram

 

#mastionthesets @kapilsharmashow @sonytvofficial @banijayasia

A post shared by Archana Puran Singh (@archanapuransingh) on

ଦ କପିଲ ଶର୍ମା ଶୋ’କୁ ଯେତେବେଳେ ଡ୍ରିମ୍‌ଗର୍ଲ ଟିମ୍‌ର ମନ୍‌ଜୋତ୍‌ ସିଂହ ଆସିଥିଲେ ସେତେବେଳେ କ୍ରିଷ୍ଣା ଅର୍ଚ୍ଚନାଙ୍କୁ କିିଛି ବୁଝିଲେ କି ନାହିଁ ବୋଲି ପଚାରିଥିଲେ। ଖାଇବା ପୂର୍ବରୁ ଷ୍ଟାର୍ଟର ଭଳି ସିଦ୍ଧୁଙ୍କ ପୂର୍ବରୁ ମନ୍‌ଜୋତ୍‌ ସିଂହ ଆସିଥାନ୍ତି ବୋଲି ଅର୍ଚ୍ଚନା କହିଥିଲେ। ତେବେ ମନ୍‌ଜୋତ୍‌ ସିଦ୍ଧୁଙ୍କ ଭଳି ଡ୍ରେସ୍‌ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ଏହାସହ ପଢ଼ନ୍ତୁ: ପୁରୁଣାଭଙ୍ଗା ଘଣ୍ଟାକୁ ନୂଆ ରୂପ ଦିଅନ୍ତି ଏହି ବ୍ୟକ୍ତି, କେବେ ବି ଦେଖିନଥିବେ ଏଭଳି କଳାକୃତି

 

 

View this post on Instagram

 

Meet my staff @archanapuransingh 🙊🙊🙈 behind the scene fun #TheKapilSharmaShow

A post shared by Kapil Sharma (@kapilsharma) on

ଦ କପିଲ ଶର୍ମା ଶୋ’ରେ ଏହି ସପ୍ତାହରେ ସୋନମ୍‌ କପୁର ନିଜ ଫିଲ୍ମର ପ୍ରମୋସନ୍‌ ପାଇଁ ଆସିଥିବା ବେଳେ ମଧ୍ୟ କପିଲ ଅର୍ଚ୍ଚନାଙ୍କୁ ସିଦ୍ଧୁଙ୍କ ନାଁ ନେଇ ଚିଡ଼ାଇଥିଲେ। ଅର୍ଚ୍ଚନା ଜଣେ ମନ୍ତ୍ରୀଙ୍କ ହରାଇଲେ ବୋଲି କପିଲ କହିଥିଲେ। ଏହି ଜୋକ୍‌ ଶୁଣି ସୋନମ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ବେଳେବେଳେ ଅର୍ଚ୍ଚନା ଅସହଜ ଅନୁଭବ କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.