ଶରୀରରେ ଉତ୍ପନ୍ନ ହେଉଥିବା ‘ଫ୍ରି ରାଡିକଲ୍ସ’କୁ ରୋକିବ ମୁଗଡାଲି, ଜାଣନ୍ତୁ ଆଉ କ’ଣ ରହିଛି ଫାଇଦା
ଘରେ ଆପଣମାନେ ବିଭିନ୍ନ ପ୍ରକାର ଡାଲି ଖାଉଥିବେ। ଭିନ୍ନ ଭିନ୍ନ ଡାଲିର ଫାଇଦା ଭିନ୍ନ ପ୍ରକାର ରହିଥାଏ। ମୁଗଡାଲି ଯାହା ଶରୀର ପାଇଁ ବେଶ୍ ଆବଶ୍ୟକ ହୋଇଥିବା ବେଳେ ଏଥିରେ ଥିବା ଭିଟାମିନର ଫାଇଦା ବିଷୟରେ ଜାଣିବା ଜରୁରୀ।
– ଏଥିରେ ପ୍ରଚୁର ମାତ୍ରାରେ କପର ଭରପୂ ର ରହିଥାଏ। ଯାହା ଖାଇବା ଦ୍ୱାରା ମୁହଁର ଉଜ୍ୱଳତା ବୃଦ୍ଧି ପାଇଥାଏ।
– ଗଜା ମୁଗଡାଲି ଖାଇବା ଦ୍ୱାରା ତ୍ୱଚାରେ ଭାଙ୍ଗ, କୁଞ୍ଚନ ହେବା ଇତ୍ୟାଦି ଦୂର ହୋଇଥାଏ।
– କେଶକୁ ସୁସ୍ଥ ରଖିବା ପାଇଁ ଏହା ବେଶ୍ ଫାଇଦାଯୁକ୍ତ।
– ମୁଗଡାଲିରେ ଥିବା ଫାଇବର ପାଚନ ତନ୍ତ୍ରକୁ ମଜବୁତ କରିବାରେ ସହାୟକ ହୋଇଥାଏ।
– ମୁଗଡାଲିରେ କ୍ୟାଲସିଅମରେ ଭରପୂର ରହିଥାଏ। ଏହାକୁ ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ।
– ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ଏହା ଆପଣଙ୍କ ଓଜନ କମ୍ କରିବାରେ ସାହାଯ୍ୟ କରିବ । ମାତ୍ର ୧୦୦ ଗ୍ରାମ ମୁଗଡାଲିରେ ୩୩୦ କ୍ୟାଲୋରୀ ରହିଥାଏ। ଏହାକୁ ଖାଇବା ଫଳରେ ପେଟ ପୁରାପୁରା ଲାଗିବା ସହ ପୌଷ୍ଟିକ ତତ୍ତ୍ୱ ମଧ୍ୟ ଶରୀରକୁ ମିଳିଥାଏ।
– ମୁଗରେ ଥିବା ଆଇରନ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ। ଏହାକୁ ଖାଇବା ଦ୍ୱାରା ଆଖିକୁ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ ସି ମିଳିଥାଏ।
ଏହାସହ ପଢନ୍ତୁ ; କ୍ୟାନସର ଏବଂ ମଧୁମେହ ରୋଗୀଙ୍କୁ ଫାଇଦା ଦେବ ଟମାଟର, ସ୍ୱାସ୍ଥ୍ୟ ପାଇଁ ବରଦାନ ଏହି ପରିବା
– ଆଜିକାଲିର ବଢୁଥିବା ପ୍ରଦୂଷଣ, ଚିନ୍ତା ଯୋଗୁଁ ଶରୀରରେ ବିଷାକ୍ତ ତତ୍ତ୍ୱର ମାତ୍ରା ବଢିବାକୁ ଲାଗିଥାଏ ଯାହା ଫଳରେ ଫ୍ରି ରାଡିକଲ୍ସ ଉତ୍ପନ୍ନ ହୋଇଥାଏ। ଏହି ଫ୍ରି ରାଡିକିଲ୍ସ କୋଷିକାକୁ ସାମାନ୍ୟ ରୂପେ ବଢିବା ପ୍ରକ୍ରିୟାରେ ବାଧା ଉପୁଜୁଥାଏ। କୋଷିକାଗୁଡିକ ବଢିବା କାରଣରୁ କ୍ୟାନସର ହେବାର ସମ୍ଭାବନା ରହିଥାଏ। ମୁଗ ଡାଲି ଶରୀରରେ ଏହି ଫ୍ରିରାଡିକଲ୍ସକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।
– ମୁଗଡାଲି ଖାଇବା ଦ୍ୱାରା ମଧୁମେହ ରୋଗୀକୁ ଫାଇଦା ମିଳିଥାଏ। ଏହା ଶରୀରରେ ଖରାପ ଶର୍କରାକୁ ବାହାର କରି ଉପଯୋଗୀ ସର୍କରାକୁ ସୃଷ୍ଟି କରିଥାଏ।