୨୨ ବର୍ଷ ତଳୁ ହଜି ଯାଇଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କଲା ଗୁଗଲ

ଆମେରିକାରେ ଜଣେ ବ୍ୟକ୍ତି ଗୁଗଲ ସାହାଯ୍ୟରେ ନିଜ ଅଂଚଳର ୨୨ ବର୍ଷରୁ ହଜିଯାଇଥିବା ଜଣେ ବ୍ୟକ୍ତିଙ୍କୁ ଖୋଜି ବାହାର କରିଛନ୍ତି । ସେ ପ୍ରଥମେ ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ ଏବଂ ତାଙ୍କ ପଡ଼ୋଶୀରେ ଥିବା ଏକ ପୋଖରୀ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କରାଯାଇଛି ଯିଏକି ୨୨ ବର୍ଷ ତଳୁ ନିରୁଦ୍ଦିଷ୍ଟ ଥିଲେ ।

Image result for google maps helps solve 22 year cold case

ସୂଚନା ଅନୁଯାୟୀ ଫ୍ଲୋରିଡ଼ାର ଜଣେ ବ୍ୟକ୍ତି ଗୁଗଲ ମ୍ୟାପରେ ନିଜର ଅଂଚଳକୁ ଦେଖୁଥିଲେ । ଠିକ ସେହି ସମୟରେ ସେ ନିଜ ଘର ନିକଟସ୍ଥ ଏକ ପୋଖରୀରେ ଏକ କାର ବୁଡିଯାଇଥିବାର ଦେଖିଲେ । ଆଉ ତାପରେ ସେ ଏହି ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ଏବଂ ପୋଲିସର ଟିମ ସେଠାରେ ପହଂଚି କାର ଭିତରେ ଥିବା କଙ୍କାଳକୁ ବାହାର କରିଥିଲେ । ପୋଲିସର କହିବା ଅନୁଯାୟୀ ଏହି ବ୍ୟକ୍ତି ଗତ ୨୨ ବର୍ଷ ତଳୁ ହଜି ଯାଇଥିଲେ ।

ଏହାସହ ପଢନ୍ତୁ ହ୍ଵାଟ୍ସଆପ ଡିଲିଟ ହେବା ପରେ ମଧ୍ୟ ସେଫ ରହିବ ସମସ୍ତ ଚାଟ, ବଦଳାଇ ଦିଅନ୍ତୁ ଏହି ସେଟିଙ୍ଗ

ପୋଖରିରୀ ମିଳିଥିବା ବ୍ୟକ୍ତିଙ୍କ ନାମ ଉଇଲିୟମ ମୋଲ୍ଡଟ ଅଟେ । ଏବଂ ସେ ୧୯୯୭ ମସିହା ନଭେମ୍ବର ମାସରେ ହଜି ଯାଇଥିଲେ । ଉଇଲିୟମଙ୍କ କାର ଫ୍ଲୋରିଡ଼ାର ପାମ ବିଚରେ ଥିବା ଏକ ପୋଖରୀ ମଧ୍ୟରୁ ଉଦ୍ଧାର କରାଯାଇଥିଲା ଏବଂ ସେ କାର ମଧ୍ୟରେ ଥିଲେ ।

ଯେଉଁ ବ୍ୟକ୍ତି ଏହି କଙ୍କାଳ ଖୋଜିବାରେ ସାହାଯ୍ୟ କରିଥିଲେ ତାଙ୍କ କହିବା ଅନୁଯାୟୀ ଯେତେବେଳେ ସେ ଗୁଗଲ ମ୍ୟାପରେ ଏହାକୁ ଦେଖିଲେ ସେତେବେଳେ ସେ ଘରର ପୂର୍ବ ମାଲିକଙ୍କୁ ଫୋନ କରିଥିଲେ ଏବଂ ଏହି ବିଷୟରେ ପଚାରିଥିଲେ। କିନ୍ତୁ ଘରର ପୂର୍ବ ମାଲିକଙ୍କୁ ମଧ୍ୟ ଏହି ବିଷୟରେ କୌଣସି ସୂଚନା ନଥିଲା ଏବଂ ସେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.