ଶିକାର ହେଲା କାଳ, ବାରାହା ବଦଳରେ ଗୁଳି ବାଜିଲା ମଣିଷକୁ

ଗଜପତି(କେନ୍ୟୁଜ୍‌): ଗଜପତି ଜିଲ୍ଲା ରା.ଉଦୟଗିରି ଥାନାରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ରା.ଉଦୟଗିରି ଥାନା ଅର୍ନ୍ତଗତ ଟିକାମାଳ ନିକଟସ୍ଥ ଜିରାଙ୍ଗ ଗ୍ରାମରେ ଏକ ଜଙ୍ଗଲରେ ବାରାହା ଶିକାର ପାଇଁ ଯାଇଥିବା ବେଳେ ଜିରାଙ୍ଗ ଗ୍ରାମର ଉପରସାହିର ଅନାମ ବଡରଇତ ବାରାହା ଭାବି ଗୁଳି ଚଳାଇବା ବେଳେ ଜଣେ ଲୋକଙ୍କ ଦେହରେ ବାଜି ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ପୋଲିସ ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ବାରାହା ସିକାର ପାଇଁ ନିକଟସ୍ଥ ହାତିମୁଣ୍ଡା ଜଙ୍ଗଲକୁ ବନ୍ଧୁକ ଧରି ଯାଇଥିବା ବେଳେ ବାରାହା ଭାବି ଉକ୍ତ ଗ୍ରାମର ଅନନ୍ତ ବଡ଼ରଇତ(୨୮) ପିତା ଟୁଲୁ ବଡରଇତଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ତେବେ ଘ ଟଣା ସ୍ଥଳରେ ଅନନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଘଟଣା ସ୍ଥଳରେ ରା.ଉଦୟଗିରି ପୋଲିସ ପହଞ୍ଚି ଶିକାରି ଅନାମ ବଡରଇତଙ୍କୁ ଗିରଫ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ପାରଲାଖେମୁଣ୍ଡିକୁ ପଠାଇଛନ୍ତି। ଉକ୍ତ ମାମଲାରେ କେସ୍‌ ନଂ ୧୦୫/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରିରୀ ମମତା ନାୟକ ସୂଚନା ଦେଇଛନ୍ତି।