ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା, ଛାତ୍ର-ପୋଲିସ ମୁହାଁମୁହିଁ

ଭୁବନେଶ୍ବର (କେନ୍ୟୁଜ୍) : ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା। ଛାତ୍ର-ପୋଲିସ ମୁହାଁମୁହିଁ। କୁଳପତିଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଛାତ୍ର। କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବାବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଛାତ୍ରଛାତ୍ରୀ। DCP ଅନୁପ ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି। ୧୦ଦଫା ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଚଳାଇଛନ୍ତି । ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସ୍ଥାନାନ୍ତର, ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ, ହଷ୍ଟେଲ, ମାଇଗ୍ରେସନ୍, ପ୍ରବେଶିକା ପରୀକ୍ଷା ଫି ଦୁଇ ଗୁଣ ବୃଦ୍ଧି ପ୍ରତ୍ୟାହାର ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଲକ୍ଷାଧିକ ଟଙ୍କାର କ୍ୟାମ୍ପସରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ କାମ କରୁନି। ସିସିଟିଭି ମଧ୍ୟ କାମ କରୁନି। ଫନି ବାତ୍ୟାକୁ ଚାରି ମାସ ବିତିଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.