Below header

ମୃତଦେହକୁ ମିଳିଲାନି ସମ୍ମାନ, ବାପାର ମୃତଦେହକୁ ବାଇକରେ ନେଲା ପୁଅ

ନବରଙ୍ଗପୁର (କେନ୍ୟୁଜ୍) : ଆସିଲାନି ମହାପ୍ରୟାଣ ଗାଡ଼ି । ବାଇକରେ ବୁହାହେଲା ମୃତଦେହ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋପବନ୍ଧୁ ଛକରେ । ରାଇଘର ବ୍ଲକ କୁଡୁମୁନ୍ଧରା ଗାଁର ବଳି ଶାନ୍ତା ଭାଇସବନ୍ଧା ଗାଁକୁ ଯାଇଥିଲେ । ସେଠାରେ ହଠାତ୍ ତାଙ୍କର ଦେହ ଖରାପ ହେବାରୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସିଲାନି । ପରେ ଗାଁରେ ବଳିଙ୍କ ମୃତ୍ୟୁ ହୋଇଥିଲା । ମୃତଦେହକୁ ନେବାକୁ ମହାପ୍ରୟାଣ ଗାଡିକୁ ଡାକିଥିଲେ ମଧ୍ୟ ଆସିନଥିଲା । ବଳିଙ୍କ ପୁଅ ଅନ୍ୟମାନଙ୍କ ସାହାଯ୍ୟରେ ବାଇକରେ ମୃତଦେହ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.