Lenovo K10 Note ସ୍ମାର୍ଟଫୋନର ପ୍ରଥମ ସେଲ୍‌, ଜାଣନ୍ତୁ କ’ଣ ରହିଛି ଅଫର

ନୂଆଦିଲ୍ଲୀ : Lenovo K10 note ସ୍ମାର୍ଟଫୋନ ଆଜି ପ୍ରଥମ ଥର ଫ୍ଲିପକାର୍ଟରେ ବିକ୍ରି ପାଇଁ ଉପଲବ୍ଧ । ଏହି ଫୋନର ୪ ଜିବି ରାମର ମୂଲ୍ୟ ୧୩,୯୯୯ ଟଙ୍କା ରହିଛି। ୬ ଜିବି ରାମର ଫୋନର ମୂଲ୍ୟ ୧୫,୯୯୯ ଟଙ୍କା ରହିଛି। ଏହା ଏବେ ଫ୍ଲିପକାର୍ଟରେ ଉପଲବ୍ଧ ହେଉଛି। ଫୋନରେ ୩୦୦୦ ହଜାର ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ମିଳୁଛି। ଏହାଛଡା ଆକ୍ସିସ ବ୍ୟାଙ୍କ ବଜ୍‌ କ୍ରେଡିଟ କାର୍ଡ, ଏଚଡିଏଫସି ବ୍ୟାଙ୍କ ଡେବିଟ କାର୍ଡ ଏବଂ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ ପେମେଣ୍ଟ କରିବାରେ ୫ ପ୍ରତିଶତ କ୍ୟାସବ୍ୟାକ୍‌ ମଧ୍ୟ ଅଫର ରହିଛି। ଏହାହିତ ହେଡସେଟରେ ଏକ ବର୍ଷ ପର୍ଯ୍ୟନ୍ତ ଓ୍ଵାରେଣ୍ଟି ମିଳିବ।

1

ଏହି ସ୍ମାର୍ଟଫୋନରେ ୬.୩ ଫୁଲ ଏଚଡି ସ୍କ୍ରିନ ରହିଛି। ଏହାର ବ୍ୟାଟେରୀ କ୍ଷମତା ୪,୦୫୦ ଏମଏଏଚ ବ୍ୟାଟେରୀ ରହିଛି। ଏହି ଫୋନର ଦୁଇଟି ରଙ୍ଗରେ ବଜାରରେ ମିଳୁଛି। ଏଥିରେ ଟ୍ରିପଲ ରେୟାର କ୍ୟାମେରା ରହିଛି। ପ୍ରଥମ କ୍ୟାମେରା ୧୬ ମେଗାପିକ୍ସେଲ, ୮ ମେଗାପିକ୍ସେଲ ଏବଂ ତୃତୀୟ କ୍ୟାମେରା ୫ ମେଗାପିକ୍ସେଲ ରହିଛି। ସେହିଭଳି ସେଲଫି ଏବଂ ଭିଡିଓ କଲିଂ ପାଇଁ ୧୬ ମେଗାପିକ୍ସେଲ କ୍ୟାମେରା ରହିଛି। ଫୋନରେ ମଧ୍ୟ ରିଅର ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି।